ପୁଣି ଥରେ ସେମାନଙ୍କୁ ବୁଝା ସୁଝା କରିବାକୁ କହିଲେ କୋର୍ଟ । ଆସନ୍ତା ମେ ୯ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ।
ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଥିଲେ ।
ବ୍ରହ୍ମପୁରର ଡାକ୍ତର ସୁମିତ୍ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍ଜିଟ୍। ଗତକାଲି ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। ହେଲେ ଏହାର କିଛି ଘଣ୍ଟା ପରେ ଘରୁ ବାହାରି ଯାଇଥିଲେ ଶ୍ୱଶୁର ପ୍ରମୋଦ ସାହୁ।
ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଗତକାଲି ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ନିଜକୁ ସୁରକ୍ଷିତ ମଣୁ ନାହିଁ ବୋଲି ଭିଡିଓ ବାର୍ତ୍ତା ଜରିଆରେ ସୋସିଆଲ ମିଡିଆରେ ସେ ଛାଡ଼ିଛନ୍ତି।
ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।
କେବେ ସ୍ୱାମୀଙ୍କ ଘରକୁ ଯିବେ ତପସ୍ୱିନୀ ? ଜିଲ୍ଲା କୋର୍ଟଙ୍କ ରାୟକୁ ୨ ଦିନ ବିତିଥିବାବେଳେ ଏବେ ବି ସ୍ୱାମୀ ସୁମିତ୍ ସାହୁଙ୍କ ଘର ଗ୍ୟାରେଜ୍ରେ ରହୁଛନ୍ତି ତପସ୍ୱିନୀ ଦାଶ।
କୋର୍ଟ କହିଛନ୍ତି ଯେ, ଶାନ୍ତିର ସହ ତାଙ୍କ ଶ୍ୱଶୂର ଘରେ ରହିବେ। ଶଶୂର ଘର ଲୋକଙ୍କ ସହ କୌଣସି ଝଗଡା କରିବେ ନାହିଁ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ କି ଅନ୍ୟ ଲୋକଙ୍କ ଦ୍ୱାରା କରାଇବେ ନାହିଁ।
କୋର୍ଟ ରାୟ ପ୍ରକାଶ କରିବା ପରେ ଆଜି ତପସ୍ୱିନୀଙ୍କ ଘରେ ସମସ୍ତେ ରୁଣ୍ଡ। କୋର୍ଟ କହିଛନ୍ତି ଯେ, ତପସ୍ୱିନୀ ସୁମିତଙ୍କ ଘରେ ରହିବେ
ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇ ଥିବାବେଳେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତପସ୍ୱନୀ ଜିତିଲେ। ଏଣିକି ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଶୁଣାଇଲେ ରାୟ। ଦୀର୍ଘ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା
ତପସ୍ୱିନୀ କହିଛନ୍ତି ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି।
ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ ତପସ୍ୱିନୀ..ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼। ଉଭୟ ସୁମିତ୍ ଓ ତପସ୍ୱିନୀଙ୍କ ପକ୍ଷରୁ ଆବେଦନ ହୋଇଥିବା ପିଟିସନ୍ର ରାୟ ଆଜି ଜିଲ୍ଲା ଦୌରା ଜଜ୍ରେ ପ୍ରକାଶ ପାଇବ।
ଏପର୍ଯ୍ୟନ୍ତ ନା ସ୍ୱାମୀ ନା ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି। ଏପରିକି ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ନିକଟରେ SDJM ଆଗ୍ରାହ୍ୟ କରି ଦେଇଛନ୍ତି। ଏସବୁ ଘଟଣା ପରେ ସେ ଏକ ପ୍ରକାର ହତାଶ ହୋଇପଡ଼ିଥିବା କୁହାଯାଉଛି।
‘ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି, ସେ ହିଁ ମୋତେ ବରବାଦ୍ କରିବାକୁ ଚାହୁଁଛନ୍ତି। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ମୁଁ ତାଙ୍କୁ ବରବାଦ୍ କରିବାକୁ ଚାହେଁନି। ମୁଁ ଚାହୁଁଛି ସୁମିତ୍ ଫେରି ଆସନ୍ତୁ।’ଏଭଳି କାନ୍ଦି କାନ୍ଦି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଚର୍ଚ୍ଚିତ ବୋହୂ ତପସ୍ୱିନୀ ଦାଶ ଓରଫ ଡିମ୍ପଲ।
ତପସ୍ୱିନୀଙ୍କ ଓକିଲ ଏବେ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି ।
ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି । ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଥିବା କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି । ତାଙ୍କ ବାପା ଆମ ଦୁହିଁଙ୍କ ମଧ୍ୟ୍ୟରେ ଡିଭୋର୍ସ କରାଇବାକୁ ଚାହୁଁଥିଲେ । ଆଉ ସୁମିତଙ୍କୁ ମନ୍ତ୍ରୀଙ୍କ ଭାଣିଜୀ ସହ ବିବାହ କରାଇବା ପାଇଁ ଚାହିଁଥିଲେ ।
ଶାଶୂଘର ଲୋକ ମନଇଚ୍ଛା କାହାଣୀ ଲେଖୁଛନ୍ତି ବୋଲି କହିଛନ୍ତି ତପସ୍ୱିନୀ । ହାସ୍ୟାସ୍ପଦ କାରଣ ଦର୍ଶାଇ ସ୍ୱାମୀ ଡିଭୋର୍ସ ପିଟିସନ୍ ଫାଇଲ କରିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବାହାରେ ବସିବେ ତପସ୍ୱିନୀ । ସ୍ୱାମୀ ଛାଡ଼ପତ୍ର ଆବେଦନ କରିଥିଲେ ସୁଦ୍ଧା ଅର୍ଡର ନଆସିବା ପର୍ଯ୍ୟନ୍ତ ମିଶିକି ରହିବା ପାଇଁ ଚାହୁଁଛନ୍ତି । ଏହାସହ ଡିଭୋର୍ସ ପିଟିସନ୍ରେ ସୁମିତ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତପସ୍ୱିନୀ
ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି
ତପସ୍ୱିନୀ-ସୁମିତଙ୍କ ମାମଲାର ତଦନ୍ତ ପାଇଁ ସୁମିତଙ୍କ ଘରେ ପହଞ୍ଚିଛି ପୋଲିସ । ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୁମିତଙ୍କ ଘରକୁ ଯାଇ ପଚରାଉଚରା କରୁଛି.
ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ
ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି । ସେ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ । ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।
ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ସୁମିତ-ତପସ୍ୱିନୀ ମାମଲାର ଶୁଣାଣି । କ’ଣ ରାୟ ଦେବେ କୋର୍ଟ ?
ଅସୁସ୍ଥତା ଭିତରେ ସାଙ୍ଗ ଓ ପରିବାରକୁ ଜଣାଇ ଘର ଖୋଜା ଚାଲିଛି । ଖୁବ ଶୀଘ୍ର ଘର ମିଳଯାଇପାରେ । ହେଲେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।