/odishatv-khabar/media/post_attachments/uploadimage/library/16_9/16_9_0/Bus_Bandh_1640230332.jpg)
Bus Bandh
ଭୁବନେଶ୍ୱର: ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ । ସକାଳ ୬ଟା ରୁ ରାତି ୧୨ଟା ପଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଏନ୍ଏଚ୍-୫୫ ଅର୍ଥାତ ମଙ୍ଗୁଳି-ସମ୍ବଲପୁରୀ ଜାତୀୟ ରାଜପଥ ମରାମତି ନେଇ ବାରମ୍ବାର ଦାବି ସତ୍ତ୍ୱେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି ।
ଦୀର୍ଘ ଦିନ ଧରି ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଫଳରେ ଯିବା ଆସିବା ପାଇଁ ଅଧିକ ସମୟ ଲାଗୁଥିବା ବେଳେ ଦୁର୍ଘଟଣା ବି ବଢ଼ିଛି । ତେଣୁ ଯାତ୍ରୀମାନେ ବସ୍ ଅପେକ୍ଷା ରେଳ ସେବା ଉପରେ ନିର୍ଭରଶୀଳ ହେଉଥିବାର ଘରୋଇ ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଯାହା ଫଳରେ ବସଗୁଡ଼ିକୁ କ୍ଷତି ସହିବାକୁ ପଡୁଛି।
ମରାମତି ନେଇ ପୂର୍ବରୁ ବହୁ ଥର ଦାବି ଏବଂ ରାଜ୍ୟ ସରକାରଙ୍କର ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଓ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ଏକାଧିକ ବାର ବୈଠକ ହୋଇଥିଲେ ମଧ୍ୟ ଏ ଯାଏଁ ମରାମତି କାମ ଆରମ୍ଭ ହୋଇପାରି ନାହିଁ । ଏହାର ପ୍ରତିବାଦରେ ଆଜି ଦିନିକିଆ ବସ୍ ବନ୍ଦ ପରେ ୨୪ରେ ସମ୍ବଲପୁରରେ ସବୁ ବସରେ କଳାପତାକା ଲଗାଯିବ ଏବଂ ଜାନୁଆୀରୁ ୧ରୁ ଏନ୍ଏଚ୍ ୫୫କୁ ବୟ କଟ୍ କରିବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)