• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଳାହାଣ୍ଡି: ଏବେ ବି ଥମିନି ମମିତା ନିଆଁ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କୁ ଗୋଡ଼େ ଗୋଡ଼େ ଜଗିଛନ୍ତି ବିରୋଧୀ । ଯୁଆଡ଼େ ଯାଉଛନ୍ତି ବିଜେଡି ନେତା ତଥା ମନ୍ତ୍ରୀ ସିଆଡ଼େ ପହଞ୍ଚି ଯାଉଛନ୍ତି ବିରୋଧୀ । ଆଉ ଅଧା ରାସ୍ତାରେ କରୁଛନ୍ତି ବିରୋଧ । ପୋଲିସ ବଳରେ ବିରୋଧୀ ସରକାର ଯେତେ ଚାପିବାକୁ ଚାହୁଁଥିଲେ ବି ତାହା ସଫଳ ହେଉ ନଥିବା ଦେଖାଯାଇଛି । କାରଣ ଆଜି ପୁଣି ଥରେ କଂଗ୍ରେସ କର୍ମୀ ମାନେ ବିଜେଡି ନେତା ତଥା ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି । ତେବେ କେବଳ ଜଣେ ମନ୍ତ୍ରୀ ନୁହଁନ୍ତି ଏକା ଥରେ ଦୁଇ ଦୁଇ ଜଣ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । 

ଖାଲି ସେତିକି ନୁହେଁ, ରାଜ୍ୟ ପାୱାର କରିଡରର ସବୁଠୁ ଆଗଧାଡ଼ିର ନେତା ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମଧ୍ୟ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି । 

କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୨ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ । ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବି କଳାପତାକା ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ । ଗୋଲାମୁଣ୍ଡା ବ୍ଲକ କଦଳୀମୁଣ୍ଡା ଛକରେ କଳାପତାକା ଦେଖାଇଛନ୍ତି ଯୁବ କଂଗ୍ରେସ କର୍ମୀ ।