Advertisment

ଅସହ୍ୟ ଜାଡ଼ରେ ଥରିବ ୫ ଜିଲ୍ଲା

ଗତକାଲି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ପୂର୍ବରୁ ଭୁବନେଶ୍ୱରରେ ୨୦୧୮ରେ ସର୍ବକାଳୀନ ସର୍ବନିମ୍ନ ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା।

author-image
Chandan Shishu
undefined

Cold wave in Odisha

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଅସହ୍ୟ ଜାଡ଼ରେ ଥରୁଛି ସାରା ରାଜ୍ୟ। ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାର ପ୍ରବଳ ଶୀତ ଅନୁଭୂତ ହେଉଛି। ସବୁଠାରୁ ଅଧିକ ଶୀତ କନ୍ଧମାଳ ଜିଲ୍ଲାରେ ଅନୂଭୂତ ହେଉଥିବା ରେକର୍ଡ ହୋଇଛି। ଗତକାଲି ୯ଟି ସ୍ଥାନରେ ରାତ୍ରି ତାପମାତ୍ରା ୭ ଡିଗ୍ରୀ ତଳେ ରହିଥିଲା। ସେହିପରି ୧୭ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଥିଲା। କନ୍ଧମାଳର ଫୁଲବାଣୀରେ ସର୍ବନିମ୍ନ ୩. ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ୪. ୫ ଡିଗ୍ରୀ ରେକର୍ଡ ହୋଇଥିଲା।

Advertisment

ସୁନ୍ଦରଗଡ଼ ଓ ଝାରସୁଗୁଡାରେ ୬ ଡିଗ୍ରୀ ସୋନପୁର ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଭବାନୀପାଟଣାରେ ସର୍ବନିମ୍ନ ୬.୮ ଡିଗ୍ରୀ ରେକର୍ଡ ହୋଇଥିଲା। ବଲାଙ୍ଗିର, ସୌନପୁର, ବୌଦ ଜିଲ୍ଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତର ପ୍ରକୋପ ଧିରେ ଧିରେ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାତ୍ରିକାଳୀନ ତାପମାତ୍ରା ୨ରୁ ୪ ଡିଗ୍ରୀ ମଧ୍ୟରେ ବଢିବାର ସମ୍ଭାବନା ରହିଛି।

ପ୍ରବଳ ଶୀତ ଅନୁଭୂତ ଲାଗି ଆଜି ୫ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ସୋନପୁର ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଗତକାଲି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ପୂର୍ବରୁ ଭୁବନେଶ୍ୱରରେ ୨୦୧୮ରେ ସର୍ବକାଳୀନ ସର୍ବନିମ୍ନ ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା।

Advertisment
Cold Wave Weather Forecast Weather In Odisha
Advertisment
Advertisment