• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଚକିବାଙ୍କର ନାରାୟଣ ରାଉତ ଦୁବାଇର ଆବୁଧାବିରେ କାମ କରୁଥିବା ବେଳେ ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ନାରାୟଣଙ୍କ ଭାଇ ସୁଧୀର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତଙ୍କୁ ନିବେଦନ କରିଥିଲେ ।

ପରେ ଏନେଇ ବୈଜୟନ୍ତ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଜଣାଇଥିଲେ । ଏହାସହ ଆବଶ୍ୟକୀୟ କାଗଜପତ୍ର ଯୋଗାଇ ଦେଇଥିଲେ । ଶେଷରେ ଆଜି ନାରାୟଣଙ୍କ ମରଶରୀର ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ।  ମରଶରୀର ପହଞ୍ଚିବା ପରେ ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକେ ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।