• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ମାତିଛି ଲୁଟେରାଙ୍କ ଆତଙ୍କ । ପୁଣି ଥରେ ବନ୍ଧୁକମୁନରେ ଲୁଟିଛନ୍ତି ସୁନା ଅଳଙ୍କାର। ଶତାବ୍ବୀ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଗତକାଲି ରାତିରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ।

ଶତାବ୍ବୀ ନଗରରେ ଜୁଏଲରୀ ମାଲିକ ରାତିରେ ନିଜ ଦୋକାନ୍‌ ବନ୍ଦ କରି ଘରକୁ ଫେରୁଥିବା ସମୟରେ ବାଇକ୍‌ରେ କିଛି ଦୁବୃର୍ତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ଏହାପରେ ତାଙ୍କଠାରୁ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ।

Loot In Bhubaneswar- Trader Robbed Of Gold Ornaments Worth Rs 6 Lakh(ଜୁଏଲରୀ ଦୋକାନ୍‌,ଶତାବ୍ବୀ ନଗର)

ଖଣ୍ଡଗିରି ପୋଲିସ୍ ଘଟଣାର ଖୋଲତାଡ଼ କରୁଛି । ପୂର୍ବରୁ ମଧ୍ୟ ଏହି ବ୍ୟବସାୟୀଙ୍କ ସୁନା ଦୋକାନରୁ ଲୁଟ୍ ହୋଇଥିବାର ସୂଚନା ମିଳିଛି ।

ସେହିପରି ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ କରିଥିଲେ ଦୁର୍ବୃତ୍ତ । ମାମଲାର ପର୍ଦ୍ଦାଫାସ୍ କରି କମିଶନରେଟ୍ ପୋଲିସ୍‌ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ ମଧ୍ୟ କରିଥିଲା । ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ଜଣାପଡିଥିଲା ।

ତେବେ ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଆତଙ୍କ । ଏମିତିକି ଦିନ ଦ୍ୱିପହରରେ ମଧ୍ୟ ବେଢ଼ଡକ୍‌ ଲୁଟ୍‌ପାଟ୍‌ ଚାଲାଇଛନ୍ତି ଲୁଟେରା । ଗୋଟିଏ ପଟେ ପୋଲିସ୍ ନାକ ତଳେ ଲୁଟେରାମାନେ ବେଝିଝକ ଲୁଟପାଟ୍‌ ଚାଲିଥିବାବେଳେ ଅନ୍ୟପଟେ ଲୁଟେରାଙ୍କୁ କାବୁ କରିବାରେ ଅଣ୍ଟାଭିଡିଛି ପୋଲିସ୍ ।