Advertisment

ବଦଳିବ କି ଖରାଛୁଟି ନିଷ୍ପତ୍ତି ?

ବଦଳିବ କି ସରକାରଙ୍କ ଖରାଛୁଟି ନିଷ୍ପତ୍ତି ? ଜୁନ୍ ବଦଳରେ ମେ’ ମାସରେ ହେବ କି ଛୁଟି ? ଖରାଛୁଟି ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।

author-image
Rajalaxmi Sahoo
 School Summer Vacation

School Summer Vacation

ବଦଳିବ କି ସରକାରଙ୍କ ଖରାଛୁଟି ନିଷ୍ପତ୍ତି ? ଜୁନ୍ ବଦଳରେ ମେ’ ମାସରେ ହେବ କି ଛୁଟି ? ଖରାଛୁଟି ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।

Advertisment

ମନ୍ତ୍ରୀ ସୂଚନା ଦେଇଛନ୍ତି, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗକୁ ଆସିଛି। ହେଲେ ଏନେଇ ବିଭାଗ କୌଣସି ନିଷ୍ପତ୍ତି ନେଇ ନାହିଁ। ଯଦି ପରିସ୍ଥିତି ସେପରି କିଛି ଉପୁଜେ, ତା ହେଲେ ଗଣଶିକ୍ଷା ବିଭାଗ ସେନେଇ ବିଚାର କରିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି କରୋନା ସଂକ୍ରମଣ ଏବଂ ଦଶମ, ଦ୍ୱାଦଶ ପରୀକ୍ଷା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ କରୋନାର ପ୍ରଭାବ ସେଭଳି ନାହିଁ। ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ, ପଦକ୍ଷେପ ନିଆଯାଉଛି। ଏଣୁ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Advertisment

ଚଳିତ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତିକା ମିଳିବ। ଏଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ। ମେ’ରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷାବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ। ୨ ବର୍ଷର ପିଲାଙ୍କ ପାଠପଢା କ୍ଷତି ଭରଣା କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଏହା କେବଳ ଖରାଛୁଟି ସମୟରେ ହେବାକୁ ଥିବା କ୍ଲାସରେ କେବଳ ପଢ଼ାଯିବନି, ବରଂ ପୁରା ସେସନରେ ଏହି ପାଠ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ସୂଚନାଥାଉ କି, ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ଘୋଷଣା ହୋଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ୍‌ ଚାଲୁ ରହିବ ଓ ଏଥିପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲ୍‌ ଚାଲିବ।

Summer Vacation Minister Samir Dash School Summer Vacation
Advertisment
Advertisment