• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପରକୀୟା ପ୍ରୀତିର ଭୟଙ୍କର ପରିଣାମ । ପ୍ରେମିକ ସହ ମିଶି ସୁପାରୀକିଲର ସହାୟତାରେ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶୀକାର ହେଲେ ମଞ୍ଚେଶ୍ୱର ୱାର୍କସପ ସିନିୟର ସେକ୍ସନ ଇଞ୍ଜିନିୟର ବିନାୟକ ବେହେରା ।

ଗତ ୧୬ ତାରିଖ ଦିନ ମଞ୍ଚେଶ୍ୱର ଥାନା ଅଂଚଳର ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ବିନାୟକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ହେଲେ ବିନାୟକ ଅଳ୍ପକେ ବର୍ତ୍ତିଯାଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ ପରେ ପୋଲିସ ବିନାୟକଙ୍କ ଡ୍ରାଇଭର ତଥା ଅଭିଯୁକ୍ତ ଅଶୋକ କୁମାର ସାହୁକୁ ଗିରଫ କରିଥିବାବେଳେ ବିନାୟକଙ୍କ ପତ୍ନୀ ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

ପୋଲିସର ସୂଚନା ଅନୁଯାୟୀ, ଅଶୋକ କୁମାର ସାହୁ ବିନାୟକଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ । ବିନାୟକଙ୍କ ପୁରୀ ବଦଳି ହେବାରୁ ଡ୍ରାଇଭର ଅଶୋକ, ବିନାୟକଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ସ୍ୱାମୀ ବିନାୟକ ଏହି ଘଟଣା ବିଷୟରେ ଜାଣିବା ପରେ ପରିବାରରେ ଝଡ଼ ଉଠିଥିଲା । କିନ୍ତୁ ଅନୈତିକ ପ୍ରେମରେ ବୁଡିଥିବା ପତ୍ନୀ ଓ ତାଙ୍କ ପ୍ରେମିକ ମିଶି ରାସ୍ତାରୁ ହଟାଇବା ପାଇଁ ଜିତେନ୍ଦ୍ର ନାମକ ଏକ ସୁପାରିକିଲରକୁ ନିୟୋଜିତ କରିଥିଲେ ।