/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650610400.jpg)
School children should undergo Covid test if they develop flu-like symptoms
ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପରାମର୍ଶ । ଯଦି ଥଣ୍ଡା ଜ୍ୱରର ଲକ୍ଷଣ ରହୁଛି ତେବେ ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସ୍କୁଲ ଯାଉଥିବା ଅଧିକାଂଶ ଛାତ୍ରଛାତ୍ରୀ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହେବା ଖବର ସାମ୍ନାକୁ ଆସିବା ପରେ ସେ ଏହି ଘୋଷଣା କରିଛନ୍ତି ।
ଦେଶରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବଢୁଛି ରାଜ୍ୟରେ ସଂକ୍ରମଣ ନ ବଢିବ ବୋଲି ମଧ୍ୟ ପୂର୍ବାନୁମାନ କରିହେବନି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଏହାସହ ସେ କହିଛନ୍ତି, ରାଜ୍ୟରେ ଆଜି ମାତ୍ର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଦର୍ଶାଉଛି ଯେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ରାଜ୍ୟରେ ଅକ୍ସିଜେନ ବ୍ୟାପକ ମହଜୁଦ ଥିବାର ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ମଧ୍ୟ କରୋନାର ଭୟ ଯାଇନି ଏଥିପାଇଁ ମାସ୍କ ପିନ୍ଧିବା ବେଶ ଗୁରୁତ୍ୱପୂର୍ଣ୍ଣ, ଏହାସହ ଗହଳିରୁ ଦୂରେଇ ରହିବା ବି ବେଶ ଗୁରୁତବପୂର୍ଣ୍ଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଅନ୍ୟପକ୍ଷେ, ଦେଶରେ ପୁଣି ଏକ କୋଭିଡ ଲହର ଆସିବା ପୂର୍ବରୁ ପିଲାଙ୍କୁ ସୁରକ୍ଷିତ ରଖିବାକୁ ତତ୍ପରତା ୫ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ଆସୁଛି କରୋନା କବଚ କୋର୍ବେଭାକ୍ସ । ଏହି ବୟସ ବର୍ଗରେ ପିଲାମାନଙ୍କ କ୍ଷେତ୍ରରେ କୋର୍ବେଭାକ୍ସ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ DCGIକୁ ସୁପାରିସ କରିଛି । ସବଜେ ଟୁ ଏକ୍ସପର୍ଟ କମିଟି ବା SEC ଡିସିଜିଆଇର ଅନୁମତି ମିଳିଲେ ଏହି କରୋନା ଟିକା ପିଲାଙ୍କ ପାଇଁ ଜରୁରୀକାଳନୀ ବ୍ୟବହାର କରାଯାଇ ପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)