/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647248577.jpg)
The measles vaccine will be given to children
୫ରୁ ୧୨ ବର୍ଷ ଶିଶୁଙ୍କ ପାଇଁ ଟୀକାକରଣ । ଗାଇଡଲାଇନ ଆସିବା ପରେ ଶିଶୁଙ୍କୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।
୫ରୁ ୧୨ ବର୍ଷ ଶିଶୁଙ୍କ ଟୀକାକରଣ ପାଇଁ DCGIର ସୁପାରିସ ପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ପାଖକୁ ଟୀକାକରଣର ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ଦେଶରେ ପୁଣି ଏକ କୋଭିଡ ଲହର ଆସିବା ପୂର୍ବରୁ ପିଲାଙ୍କୁ ସୁରକ୍ଷିତ ରଖିବାକୁ ତତ୍ପରତା । ୫ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ଆସୁଛି କରୋନା କବଚ କୋର୍ବେଭାକ୍ସ । ଏହି ବୟସ ବର୍ଗରେ ପିଲାମାନଙ୍କ କ୍ଷେତ୍ରରେ କୋର୍ବେଭାକ୍ସ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ DCGIକୁ ସୁପାରିସ କରିଛି ସବଜେ ଟୁ ଏକ୍ସପର୍ଟ କମିଟି ବା SEC ।
ଅନ୍ୟପକ୍ଷେ, ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ବ୍ୟାପୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମାସ୍କ ପରିଧ୍ୟାନ, ସାମାଜିକ ଦୂରତା ଆଦି କୋଭିଡ୍ ଗାଇଡ୍ଲାଇନ୍କୁ କଡାକଡି ଯାଞ୍ଚ କରାଯାଉଛି । ତେବେ ଦିଲ୍ଲୀର କରୋନା ସ୍ଥିତି ଦେଖି ଅନ୍ୟ ରାଜ୍ୟମାନେ ମଧ୍ୟ ସଜାଗ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)