ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଆଉ ଏକ ଗୁମର । ଗୁରୁଗ୍ରାମରେ ଚାକିରି ଦେବା ନାଁରେ ସେ ଠକେଇ କରି ଆଗରୁ ଗିରଫ ହୋଇଥିଲେ ।
ମିଛ କହୁଥିଲା ରସିକିଆ ଡାକ୍ତର । ଠକ ଡାକ୍ତର ରମେଶ ସ୍ୱାଇଁ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ମିଛ କହିଥିବା ଜଣାପଡ଼ିଛି । ପଲିଗ୍ରାଫ୍ ଟେଷ୍ଟ ବେଳେ, ପଚରା ଯାଇଥିବା ୭୦ ପ୍ରଶ୍ନରୁ ୫୦ଟିର ଉତ୍ତର ମିଛ କହିଥିଲା ରମେଶ ସ୍ୱାଇଁ ।
ନକଲି ଡାକ୍ତରଙ୍କ ଅସଲି ଟେଷ୍ଟ। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲାଏ ଡିଟେକସନ୍ ଟେଷ୍ଟ୍ରେ ୫ ଘଣ୍ଟାରେ ୫୦ରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ଜଣାପଡ଼ିଛି। ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚରା ଯିବାବେଳେ ରମେଶ ତିନି ଥର ପାଣି ପିଇବା ସହ କାନ୍ଦି ପକାଇଥିଲେ।
ପୋଲିସ୍ କବ୍ଜାରେ ନକଲି ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର। ରମେଶଙ୍କ ବ୍ୟକ୍ତିଗତ ଡ୍ରାଇଭର ପପୁକୁ ରଣପୁରରୁ ପୋଲିସ ଉଠାଇ ନେଇଛି।
ବିଭିନ୍ନ ସମୟରେ ବିଭିନ୍ନ ନାଁରେ ମହିଳା, ଡାକ୍ତର, ଛାତ୍ରଛାତ୍ରୀ ଓ ବେରୋଜଗାରୀଙ୍କୁ ଠକାଇ ଆସିଛନ୍ତି ରମେଶ । ଏପରିକି ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି ।
ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍ନାଲ ସିନ୍ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।
ଆଉ ୩ ଦିନ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଉ ୩ ଦିନ ରିମାଣ୍ଡରେ ନେବ ମହିଳା ଥାନା । ପୋଲିସ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ମହିଳା ଥାନା ପୋଲିସ ।
ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କ୍ଲିନିକରେ ରହିଛି ରହସ୍ୟମୟ ଅନ୍ଧାରୀ ଭୂତଳ ଗୁପ୍ତ କୋଠରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାସଭବନରେ ଥିବା କ୍ଲିନିକ ଭିତରେ ଅନ୍ଧାରୀ ଭୂତଳ ଗୁପ୍ତ ଘରକୁ ନେଇ ଏବେ ଚର୍ଚ୍ଚା।
ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୋଲୁଛି ଗୋଟେ ପରେ ଗୋଟେ ଗୁମର। ଆଜି ଏକ ଠକେଇ ମାମଲାରେ ଢେଙ୍କାନାଳ ଖୁଣ୍ଟୁଣି ସ୍ଥିତ ଖମଲରେ ଥିବା ଫାର୍ମହାଉସରେ ଚଢାଉ ହୋଇଛି।