• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଢେଙ୍କାନାଳ ଜଙ୍ଗଲରେ କଲରାପତରିଆ ବାଘ ଠାବ । ଏନେଇ ନିଜ ସୋସିଆଲ ମିଡିଆ ସାଇଟ୍‌ରେ ଭିଡିଓ ସେୟାର କରିଛି ବନବିଭାଗ । ଜଙ୍ଗଲ ଭିତରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ଏହି ଭିଡିଓ । ଏକାଠି ବୁଲୁଥିବା ଦୁଇଟି ବାଘ ଓ ବାଘୁଣୀର ଭିଡିଓ ସେୟାର କରିଛି ବନ ବିଭାଗ । ଏହି ଭିଡିଓ ଦେଖିବା ପରେ ବାଘ ବଂଶ ବଢିବା ନେଇ ଆଶା ରଖିଛି ବନ ବିଭାଗ ।

ସେହି ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ପ୍ରାୟ ୧୦ରୁ ଅଧିକ କଲରାପତରିଆ ବାଘ ଥିବା ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ । ବାଘ ମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ସମୟରେ ବନ ବିଭାଗ ଦ୍ୱାରା ଜଙ୍ଗଲ ଭିତରେ ମନିଟରିଂ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଡିଏଫଓ ।