ଗୁଇନ୍ଦା ସୂଚନା ସତ୍ତ୍ୱେ କାହିଁକି ସ୍ଥିତି ନିୟନ୍ତ୍ରଣରେ ଫେଲ ମାରିଲା ପୋଲିସ ? ଗତ ୧୬ ତାରିଖରେ ଗୁଇନ୍ଦା ବିଭାଗ ସେପ୍ସାଲ ବ୍ରାଂଚ ଏନେଇ ଚିଠି ଲେଖି ସରକାରଙ୍କୁ ଅବଗତ କରିଥିଲା ।
ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦୀପଦା ଥାନା ଶାସଙ୍ଗ ଛକରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଥିବା ସୂଚନା ରହିଛି ।
ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ହ୍ୟାଣ୍ଡ୍ଲୁମ୍, ଟେକ୍ସଟାଇଲ୍ ଏବଂ ହସ୍ତତନ୍ତ ବିଭାଗ ଅଧୀନରେ ଥିବା ଟେକ୍ସଟାଇଲ୍ସରେ ଆସିଷ୍ଟାଣ୍ଟ ଡାଇରେକ୍ଟର, ଓଡ଼ିଶା ଟେକ୍ସଟାଇଲ୍ ଗ୍ରୁପ୍-ବି ଏବଂ ସେରିକଲଚର ସର୍ଭିସେସ୍ (ଟେକ୍ସଟାଇଲ୍ କ୍ୟାଡର) ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି।
ଗାଡ଼ିରେ ବସିଥିବା ଦୁଇ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ପିଟିଥିଲେ । ଲୋକଙ୍କ ମାଡ଼ରେ ଦୁଇ ଉଭୟ ଗୁରୁତର ହୋଇଥିବା ବେଳେ ମେଡିକାଲ୍ରେ ଜଣଙ୍କର ମୃତ୍ୟୁ ହୋଇଛି ।
ଗାଁ ଗାଁରେ ପହଞ୍ଚାଇବି ପିଡିଏସ୍ ସାମଗ୍ରୀ। ପଞ୍ଚାୟତ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ।
ସୁରକ୍ଷା, ବୀମା, ପ୍ରତି ୧୦୦ କିଲୋମିଟରରେ ବିଶ୍ରାମ ଘର ଓ କାର୍ଯ୍ୟ ସମୟ ୮ ଘଣ୍ଟା ର୍ନିଦ୍ଧାରଣ ଭଳି ଦାବିରେ ଲକ୍ଷାଧିକ ଡ୍ରାଇଭର ଏକାଠି ହୋଇଥିଲେ ।
ରାଜ୍ୟରେ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ଏନେଇ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।
ଅନ୍ୟପଟେ ଏବେ ବି ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରୀଣରୁ ଓ ପଶ୍ଚିମ ସବୁଠି ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ଖସୁନଥିବା ବେଳେ, ପ୍ରଥମ ଥର ପାଇଁ ଟ୍ୱିନ୍ ସିଟରେ ତାପମାତ୍ରା ୪୦ ପାର କରିଛି ।
କୌଣସି ପୌରାଣିକ ଶାସ୍ତ୍ର ପୁସ୍ତକ ରଚନା କରିବାକୁ ହେଲେ ଯେ କେତେ ବଡ ବଡ ଗ୍ରନ୍ଥ ପଢ଼ିବା ସହ ତର୍କ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ଆଦି ଭଲ କରି ପଢିବା ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ୮ ବର୍ଷୀୟ ଓଡ଼ିଆ ଝିଅ ଓସିନ ।
୨୦୨୩ ହକି ବିଶ୍ୱକପ୍ କୁ ଆଖି ଆଗରେ ରଖି କୋକେନ୍ ବିକ୍ରି ପାଇଁ ସେମାନଙ୍କ କଣ ଥିଲା ବ୍ଲୁ ପ୍ରିଣ୍ଟ । ରାଜଧାନୀର କେଉଁ ତାରକା ହୋଟେଲକୁ କୋକେନ ଦିଆଯାଉଥିଲା ।
କରୋନା ମହାମାରୀର ପ୍ରକୋପ ଯୋଗୁଁ ଗତ ୨ ବର୍ଷ ଧରି ଏହି ପ୍ରସିଦ୍ଧ ଲଙ୍କାପଡ଼ି ଯାତ୍ରା ବନ୍ଦ ରହିଥିଲା । ହେଲେ ୨ ବର୍ଷ ପରେ ଏଥର ପୁଣି ଯାତ୍ରା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି ।
ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ୍ ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ । ବଡ଼ଗଡ଼ ଥାନାରେ ଥିବା ମାମଲାର ତଦନ୍ତକାରୀ ଅଧିକାରୀ ଏସ୍କେ ବେହେରାଙ୍କୁ ବଦଳି କରାଯାଇଛି ।
ଡ୍ରାଇଭର ଭାଇମାନଙ୍କ ପ୍ରତି ଆମର ସହାନୁଭୂତି ଅଛି। କିନ୍ତୁ କାଲି ଯେଉଁଭଳି ସେମାନେ ବ୍ୟବହାର କଲେ ତାହା ନିନ୍ଦନୀୟ।
କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୭ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇବେ ବୋଲି ଆକଳନ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପାଇଁ ଏକାଠି ହେବେ ୪୦ ହଜାରରୁ ଅଧିକ ଡ୍ରାଇଭର। ଏପରିକି ସେମାନେ ଛୋଟ ଛୋଟ ଭାଗ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ପରିବହନ ମନ୍ତ୍ରୀଙ୍କ ଘର, ବିଧାନସଭା, ଲୋକସେବା ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାରେ ପଶି ପାରନ୍ତି।
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତକାଲି ମଧ୍ୟାହ୍ନରେ ସେ କ୍ଲାସ୍ ସାରି ହଷ୍ଟେଲକୁ ଫେରିବା ବେଳେ ହଠାତ୍ ତଳେ ପଡ଼ି ଅଚେତ୍ ହୋଇପଡ଼ିଥିଲେ।
ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ।
ଭୁବନେଶ୍ୱର ଲିଙ୍ଗିପୁରରେ ଏଟିଏମ୍ ଉପାଡ଼ି ଲୁଟ୍ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଖୋକନ ମୁଲ୍ଲା ଓ ମିଜାନୁର ରେହମାନ ମୁଲ୍ଲାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି ।
କଟକ ମାଲଗୋଦାମ ପୋଲିସ୍ ଦ୍ୱାରା ନକଲି ଡିଟରଜେଣ୍ଟ ଫ୍ୟା୍ରିରେ ଚଢାଉ ହୋଇଛି । କଟକ ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ଥିବା ୨ଟି ନକଲି କାରଖାନାରେ ଚଢାଉ ହୋଇଥିବା ସୂଚନା ମିଳିଛି ।
ସେଭଳି କିଛି ପରିସ୍ଥିତି ଉପୁଜିଲେ ସତର୍କ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ।
କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏଥିରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳଛି।
ତାଙ୍କ ନାଁରେ ଗିରଫ ପରଓ୍ୱାନା ଜାରି କରିଥିଲେ ଜାତୀୟ ଜନଜାତି କମିଶନ।
ମେଡିକାଲ୍ରେ ଅବ୍ୟବସ୍ଥାର ଚିତ୍ର । ଜନନୀ ଯନ୍ତ୍ରଣା ସମୟରେ ବତି ଗୁଲ୍ । ଶେଷରେ ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ହେଲା ପ୍ରସବ ।
ଗାଁ ପିଲାଙ୍କୁ ସ୍ମାର୍ଟ କରିବା ସହ ଆଗକୁ ବଢିବା ପାଇଁ ରାଜ୍ୟ ସରକାର ଖୋଲିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ହେଲେ ଭଦ୍ରକ ଜିଲ୍ଲା ଇରମ ଆଦର୍ଶ ବିଦ୍ୟାଳୟରେ କିନ୍ତୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି।
ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ। ଗତକାଲି ପୋଖରୀରେ ଗାଧୋଇବା ପାଇଁ ଯାଇ ଥିବାବେଳେ ଯୁବ ବୈଜ୍ଞାନିକ ପାଣିରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଭୁକ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।