Advertisment

KIIT Suicide Row: କିଟ୍ ପାଇଁ ବଢ଼ିଲା ଅଡୁଆ,ରିପୋର୍ଟ ମାଗିଲା UGC

ନେପାଳ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ବର ସହ ନେଇ  ରିପୋର୍ଟ ତଲବ କରିଛି ୟୁଜିସି । ଛାତ୍ରୀଙ୍କ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା କେମିତି ଘଟିଲା ? ୧୬-୧୭ ରାତିରେ KIITରେ ଘଟିଥିବା ଘଟଣାକୁ ନେଇ ରିପୋର୍ଟ ମଗାଯାଇଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ବଢ଼ିଲା କିଟ୍ ଅଡୁଆ

ବଢ଼ିଲା କିଟ୍ ଅଡୁଆ

KIIT କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ବଢ଼ିଲା କିଟର ଅଡୁଆ । KIIT ବିଶ୍ବବିଦ୍ୟାଳୟକୁ ରିପୋର୍ଟ ମାଗିଲା UGC । ନେପାଳ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ବର ସହ ନେଇ  ରିପୋର୍ଟ ତଲବ କରିଛି ୟୁଜିସି । ଛାତ୍ରୀଙ୍କ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା କେମିତି ଘଟିଲା ? ୧୬-୧୭ ରାତିରେ KIITରେ ଘଟିଥିବା ଘଟଣାକୁ ନେଇ ରିପୋର୍ଟ ମଗାଯାଇଛି । କ୍ୟାମ୍ପସରେ ବିକ୍ଷୋଭ, ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ମାଡ ମରାଯାଇ ବାହାର କରାଯିବା ଘଟଣାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

Advertisment

ଭୁବନେଶ୍ବର କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କରିଛି ନେପାଳର ମାନବାଧିକାର କମିଶନ । ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ମାନବଧିକାର କମିଶନକୁ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ। ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଡମରା ଓ ଦୁର୍ବ୍ୟବହାର ନେଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ନେପାଳ ମାନବାଧିକାର କମିଶନ। ଏଥି ସହିତ ନେପାଳର ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବାକୁ ମଧ୍ୟ ଦାବି କରାଯାଉଛି ।

ଏହି ଘଟଣାରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନେପାଳ ମାନବାଧିକାର କମିଶନ। ପୂର୍ବରୁ କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୋନ୍ ଯୋଗେ କଥା ହୋଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଲୋକସେବା ଭବନରେ ନେପାଳ ଦୂତାବାସର ୨ ଜଣ ଅଧିକାରୀ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। 

Advertisment

ଅଧିକ ପଢ଼ନ୍ତୁ: ଭିସିଙ୍କ ସହ ଭିଡିଓ କଲ, କାନ୍ଦି ପକାଇଲେ ନେପାଳୀ ଛାତ୍ରଙ୍କ ବାପା 

ବିଶ୍ବ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଥିବା କାଣ୍ଡ ପାଇଁ କିଟ୍ ବିରୋଧରେ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ବାନ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସେ କହିଛନ୍ତି କିଟ୍ କ୍ୟାମ୍ପସରେ ରେସିଜିମ୍ ଚାଲିଥିଲା । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

କିଟ୍ ପ୍ରତିଷ୍ଠାତା ଅଚ୍ୟୁତଙ୍କ ଗିରଫ ଦାବିରେ ତାତି ଥମିବାର ନାଁ ନେଉନି । କିଟ୍ ମୁଖ୍ୟ ଗେଟ୍ ଆଗରେ ବିକ୍ଷୋଭ ହୋଇଛି । କିଟ୍ ମୁଖିଆଙ୍କ କୁଶପୁତ୍ତଳିକା ଦାହ ହୋଇଛି । ଯେଉଁ ଦେଶରେ ଅତିଥିଙ୍କୁ ଭଗବାନର ମାନ୍ୟତା ଦିଆଯାଏ । ଅତିଥିଙ୍କୁ ସତ୍କାର ଯେଉଁ ରାଜ୍ୟର ମୂଳ ମନ୍ତ୍ର, ସେଇ ରାଜ୍ୟର ରାଜଧାନୀର ଛାତି ଉପରେ ଗଢ଼ି ଉଠିଥିବା ଶିକ୍ଷାନୁଷ୍ଠାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପ୍ରତି ଏ ଦୁର୍ବ୍ୟବହାର, ମାଡ଼, ତିରସ୍କାର ପ୍ରସଙ୍ଗକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।

Bhubaneswar Nepal UGC KIIT Girl Student Death KIIT University
Advertisment
Advertisment