• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜମିବାଡ଼ି ବିବାଦରୁ ଡବଲ ମର୍ଡର ବାପ-ପୁଅଙ୍କୁ କଟୁରୀରେ ହାଣି ନୃଶଂସ ହତ୍ୟା । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହରୁ ରୁହୁନିଆ ଗାଁର ଦେବ ସିନ୍ଧିରିଆ ତାଙ୍କ ପୁଅ ରତନ ସିନ୍ଧିରିଆ ଓ ବୋହୁ ସୁକାନ୍ତି ସିନ୍ଧିରିଆଙ୍କୁ ଆକ୍ରମଣ କରିଥିଲେ ଅମିଲ ସିନ୍ଧିରିଆ ଓ କମିଲ ସିନ୍ଧିରିଆ ।

ଫଳରେ ଘଟଣାସ୍ଥଳରେ ବେଦ ସିନ୍ଧିରିଆଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପୁଅ ବୋହୁଙ୍କୁ ଗୁୁରତର ଅବସ୍ଥାରେ ବରଗଡ଼ ମେଡିକାଲ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ପୁଅ ରତନ ସିନ୍ଧିରିଆଙ୍କ ମୃତ୍ୟୁ ହୋଇଥିଲା । ଏପଟେ ଗାଁ ଦାଣ୍ଡରେ ଦେବଙ୍କ ମୃତଦେହ ପଡ଼ିରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାସ୍ଥଳରୁ ଜଣେ ହତ୍ୟାକାରୀ ଅମିଲ ସିନ୍ଧିରିଆ ପୋଲିସ ହାତରେ ଧରାପଡ଼ିଥିବା ବେଳେ କମିଲ ସିନ୍ଧିରିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି ।