Advertisment

ଫିଟିଲା ନକଲି ଡାକ୍ତରଙ୍କ ଆଉ ଏକ ଗୁମର; ଚାକିରି ନାଁରେ ଲୋକଙ୍କୁ ଠକୁଥିଲେ

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଆଉ ଏକ ଗୁମର । ଗୁରୁଗ୍ରାମରେ ଚାକିରି ଦେବା ନାଁରେ ସେ ଠକେଇ କରି ଆଗରୁ ଗିରଫ ହୋଇଥିଲେ ।

author-image
Otv Khabar Bureau
Fake Doctor Ramesh Swain Was Earlier Arrested In Gurugram Over Job Fraud

Fake Doctor Ramesh Swain Was Earlier Arrested In Gurugram Over Job Fraud

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଆଉ ଏକ ଗୁମର । ଗୁରୁଗ୍ରାମରେ ଚାକିରି ଦେବା ନାଁରେ ସେ ଠକେଇ କରି ଆଗରୁ ଗିରଫ ହୋଇଥିଲେ । ଦ୍ୱିତୀୟ ପତ୍ନୀ କମଲା ସ୍ୱାଇଁଙ୍କ ନାମରେ ମଧ୍ୟ ଏହି ଠକେଇ ମାମଲା ଥିଲା । ସେ ଆଗୁଆ ଜାମିନ ଆଣିଥିବା ପୋଲିସ ସୂଚନା ପାଇଛି । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ ଏହି ତଥ୍ୟ ଜଣାପଡ଼ିଛି ।

Advertisment

ନିଜ ସ୍ୱାମୀଙ୍କ ସବୁ କଳା କାରନାମା ଓ ଠକେଇରେ ମଧ୍ୟ କମଳା ସାମିଲ ଥିବା ଜଣାପଡ଼ିଛି । ରମେଶ ଗିରଫ ହେଲେ ତାଙ୍କୁ ମୁକୁଳାଇବାକୁ ପ୍ରଥମ ପତ୍ନୀ ଶାନ୍ତିଲତାଙ୍କୁ କମଳା ହିଁ ଟଙ୍କା ଦେଉଥିଲେ । ପ୍ରଥମ ପତ୍ନୀ ଶାନ୍ତିଲତା ଦେବୀ ମଧ୍ୟ ରମେଶଙ୍କ ସବୁ ଅପରାଧରେ ସାମିଲ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଗିରଫ କରିଥିଲା ପୋଲିସ । ଝାଡ଼ଖଣ୍ଡରୁ କମିଶନରେଟ୍ ପୋଲିସର ଏକ ଟିମ୍ ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଗିରଫ କରିଥିଲା । ଡାକ୍ତର ପତ୍ନୀ କମଳା ଗୁଜରାଟର ଜାମନଗରରେ କାମ କରୁଥିଲେ । ରମେଶଙ୍କ କାରନାମା ପ୍ରଘଟ ପରଠୁ ସେ ମଧ୍ୟ ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୋଲିସ ଶେଷରେ ତାଙ୍କୁ ବାନ୍ଧିବାକୁ ସକ୍ଷମ ହୋଇଥିଲା ।

Advertisment
Fake Doctor Ramesh Swain
Advertisment
Advertisment