• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରସଙ୍ଗରେ ଏଥିରେ ଆଲୋଚନା କରାଯାଉଛି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ର ଶ୍ରୀମନ୍ଦିର ବଜେଟ, ଗୁରୁକୂଳ ପ୍ରସଙ୍ଗ, ସେବାୟତ କଲ୍ୟାଣ, ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାର ନୀତି ନୀର୍ଘଣ୍ଟ ଅନୁମୋଦନ ସହ ରଥଯାତ୍ରାର ପ୍ରସ୍ତୁତି ଓ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ହେଉଛି ।

ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ । ବୈଠକରେ ପରିଚାଳନା କମିଟିର ସେବାୟତ ପ୍ରତିନିଧି ଓ ଏଏସଆଇ ସୁପରିଟେଣ୍ଡଣ୍ଟ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଏଥର ୨ ଶହ ୩୭ କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍ ଆଗତ କରାଯିବ । ଏଥିରୁ ୧୨୬ କୋଟି ୭୩ ଲକ୍ଷ ଟଙ୍କା ଆୟ ହୋଇଛି । ଆଉ ୧୧୦ କୋଟି ୮୫ ଲକ୍ଷ ଜମା ପୁଞ୍ଜିରୁ ଆୟ ହୋଇଛି ।