Weather Update
ଦିନର ଅସହ୍ୟ ତାତି ଓ ରାତିରେ ବର୍ଷା । ମାଲକାନଗିରି ଜିଲ୍ଲାର ଏକାଧିକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଘର ଛାତ ଉଡ଼ି ଯାଇଛି, କାନ୍ଥ ଭୁସୁଡ଼ିଛି । ରାସ୍ତା ଉପରେ ବଡ଼ ବଡ଼ ଗଛ ପଡ଼ିଯିବା ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି ।
ଗତକାଲି ମାଲକାନଗିରି ମାଥିଲି ବ୍ଲକର ଏକାଧିକ ଅଞ୍ଚଳରେ କାଳବୈଶାଖୀ କିଛି ଏଭଳି ତାଣ୍ଡବ ରଚାଇଛି । ପୂଜାରୀଗୁଡ଼ା, ଟିଲିଗୁଡ଼ା, ଚାଲାଣଗୁଡ଼ା, ପେଦାଗୁଡ଼ାରେ ପ୍ରବଳ ପବନ ବର୍ଷା ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି । ଲୋକଙ୍କ ଘର ଭାଙ୍ଗି ଯିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ ।
ଅନ୍ୟପକ୍ଷେ, ରାଜ୍ୟର ବିଭିନ୍ନ ସହରରେ ତାତିରେ ଲାଗିଛି ବ୍ରେକ ରାଜ୍ୟର କିଛି ଜାଗାରେ ପାଗ କୋହଲା ରହିବା ସହ ରାତିର ତାପମାତ୍ରା କମିଛି । ଗତକାଲି ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଚଳିତ ବର୍ଷ ତାପମାତ୍ରାରେ ସୋନପୁର ସହର ରେକର୍ଡ କରିବା ସହ ସେଠାରେ ସର୍ବୋଚ୍ଚ ତାପମାତ୍ରା ଥିବା ଜଣାପଡିଛି । ସେହିପରି ବଲାଙ୍ଗିରରେ ତାପମାତ୍ରା ମଧ୍ୟ ୪୪ ଡିଗ୍ରୀ ସେଲସିୟସ ରହିଥିଲା ।
ଗୋଟିଏପଟେ ଅସହ୍ୟ ତାତିରେ ଲୋକେ ଆଉଟୁପାଉଟୁ ହୋଇଥିବାବେଳେ କୋହଲା ପାଗ ଜନସାଧାରଣଙ୍କୁ କିଛି ମାତ୍ରାରେ ଆଶ୍ୱସ୍ଥି ପ୍ରଦାନ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)