Advertisment

ଏବେ ଅଲୋଡ଼ା ହୋଇପଡ଼ିଛି ମାଟିର ସାମଗ୍ରୀ, ଚିନ୍ତାରେ କାରିଗର

ଦିନ ଥିଲା ମାଟିପାତ୍ରର ଚାହିଦା ଢେର ଅଧିକ ଥିଲା, କିନ୍ତୁ ଆଧୁନିକ ଯୁଗରେ ପ୍ରାୟତଃ ଅଲୋଡା ମାଟି ସାମଗ୍ରୀ । ଆଉ ଅଦରକାରୀ ହୋଇପଡିଲେଣି ମାଟି କାରୀଗର । ଗୋଟେପଟେ କଂଚାମାଲ ର ଅଭାବ ଅନ୍ୟପଟେ ନିଜ ଉଦ୍ୟମରେ ଯାହା କିଛି ତିଆରି ହେଉଛି ତାହା ବିକ୍ରି ହେବା ବି କଷ୍ଟକର । ସରକାରୀ ପ୍ରୋତ୍ସାହନ ସହ କଂଚାମାଲର ଅଭାବ ଓ ବିକ୍ରି ଲାଗି ବଜାର ସୁବିଧା ନଥିବାରୁ ବେଉସା ଛାଡିବାକୁ ବସିଲେଣି କୁମ୍ଭକାର ପରିବାର ।

author-image
Pallipuspa Samal
ଅଦ୍ୟତନ ହୋଇଛି
Jajpur Potters Stare At Grim Future Due To Dip In Sale

Jajpur Potters Stare At Grim Future Due To Dip In Sale

ମାଟିରେ ତିଆରି ଚାଲିଛି ଭଳିକି ଭଳି ହାଣ୍ଡି,କଳସ, ସୁରେଇ ଭଳି ନାନାଦି ସାମଗ୍ରୀ । ଆଉ ନିଆଁରେ ଭଲରେ ପୋଡିହେବା ପରେ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯାଏ ଏହି ମାଟିପାତ୍ର ଗୁଡିକ। କିନ୍ତୁ ଏବେ ବୁଡିବାକୁ ବସିଲାଣି ମାଟି କାରିଗରଙ୍କ ଏହି ବୃତ୍ତି । ଦିନକୁ ଦିନ ଜିଲ୍ଲା ତଥା ରାଜ୍ୟରେ ମାଟି ଜିନିଷର ଚାହିଦା କମି କମି ଆସୁଥିବାରୁ ଉତ୍ପାଦିତ ସାମଗ୍ରୀ ବିକ୍ରି ହେଉନି । ଫଳରେ ଏହି ବୃତ୍ତି କରି ଚଳୁଥିବା ଯାଜପୁର ଜିଲ୍ଲାର ୩୩ ହଜାର ପରିବାର ଏବେ ସମସ୍ୟାରେ । ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଥିବାରୁ ଏହି ବୃତ୍ତିକୁ ଛାଡିବାକୁ ବସିଲେଣି କୁମ୍ଭକାର ପରିବାର ।

Advertisment

ସେପଟେ ରାଜ୍ୟ ସରକାର କଳାକାରଙ୍କୁ ଭତା ପ୍ରଦାନ କରୁଥିବା ବେଳେ କୁମ୍ଭକାରଙ୍କୁ ସ୍ୱତନ୍ତ୍ର ଭତା ଦେଉନାହାନ୍ତି, ତାସହ ଏମାନେ ରାଜ୍ୟ ସରକାରଙ୍କ ଜାତିଗତ ଗଣନାରେ ଏସଇବିସି ରେ ଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଓବିସି ତାଲିକା ଭୁକ୍ତ ହୋଇପାରୁନାହାନ୍ତି ଯାହା ଫଳରେ ଅନେକ ସରକାରୀ ସୁବିଧାରୁ ଏମାନେ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏପର୍ଯ୍ୟନ୍ତ ଉନ୍ନତ ମାନର ଟେରାକୋଟା ମାଟି କାମ ଲାଗି ରାଜ୍ୟ ସରକାର ପ୍ରଶିକ୍ଷଣ ଯୋଗାଇ ପାରୁନଥିବା ବେଳେ କୈାଣସି କୁରାଳ ସମବାୟ ସମିତି ଗଠନ କରି ସହାୟତା ଦେଉନାହାନ୍ତି । ଫଳରେ ଏହାକୁ ଛାଡି କୁମ୍ଭକାରମାନେ ଅନ୍ୟ ବୃତ୍ତିକୁ ଆପଣାଉଥିବା କୁରାଳ ସମିତି ଅଭିଯୋଗ କରିଛି ।

ଦିନ ଥିଲା ମାଟିପାତ୍ରର ଚାହିଦା ଢେର ଅଧିକ ଥିଲା ଆଉ ଚାହିଦା ଅନୁସାରେ ଉତ୍ପାଦ ଓ ବିକ୍ରି ବି ଭଲ ହେଉଥିଲା, କିନ୍ତୁ ସମୟ ବଦଳିବା ସହ ମାଟିପାତ୍ରର ଚାହିଦା କମିବାରୁ ଏବେ ସରକାରୀ ସହାୟତା ଭରସାରେ କୁମ୍ଭକାର ପରିବାର ।

Advertisment
Jajpur Potters
Advertisment
Advertisment