• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ତିଥି – ୫ମୀ ରାତ୍ରି ୧୨/୨୦ ଗତେ ୬ଷ୍ଠୀ । ଚନ୍ଦ୍ର   – ମକର ସନ୍ଧ୍ୟା ୦୬/୪୩  ଗତେ କୁମ୍ଭ । ଘାତ ଚନ୍ଦ୍ର-  ସିଂହ ରାଶିର, ସନ୍ଧ୍ୟା ୦୬/୪୩  ଗତେ ମିଥୁନ ଓ ମୀନ ରାଶିର । ଘାତ ବାର – ବୃଷ, ସିଂହ, କନ୍ୟା  ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷି ହାନି- ଭୂମିଦାନ ।

ଶୁଭ ସମୟ- 
ଦିବା ୧୦/୦୮ ରୁ ୧୨/୧୪ 
ଦିବା ୦୩/୦୫ ରୁ ୦୩/୪୫ 

ଋାତ୍ରି ୦୭/୪୪ ରୁ ୦୭/୫୦
ରାତ୍ରି  ୧୧/୨୬ ରୁ ୦୧/୩୫
ରାତ୍ରି ୦୩/୦୨ ରୁ ୦୫/୫୧

ଅଶୁଭ ସମୟ
ଋାହୁକାଳ -  ଦିବା ୦୮/୨୯ ରୁ ୧୦/୦୮
କାଳବେଳା - ପ୍ରାତଃ ୦୧/୧୧ ରୁ ୦୬/୫୦
ବାରବେଳା – ଦିବା ୦୧/୨୬ ରୁ ୦୩/୦୫
କାଳରାତ୍ରି- ସନ୍ଧ୍ୟା  ୦୬/୨୩ ରୁ ୦୭/୪୪

ଆଜିର ରାଶିଫଳ:

ମେଷ:-
ଅଶ୍ୱନୀ – ଆତ୍ମବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ ।
ଦ୍ୱିଜା – କିଛି ନୂଆ ଅନୁଭବ ପ୍ରାପ୍ତ ହୋଇପାରେ ।
କୃତିକା – କାର୍ଯ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରିବେ ।
ପ୍ରତିକାର -  ୭ଟି ଜବଧାନକୁ ଗୋମୂତ୍ରରେ ୭ଥର ଧୋଇ ଲାଲ କନାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ

ବୃଷ:-
କୃତିକା  - ପୂର୍ବ ସମସ୍ୟା ଆପଣଙ୍କ ଆଗରେ ଉଭା ହୋଇପାରେ ।
ରୋହିଣୀ – ଦୁର୍ବଳ ଇଚ୍ଛା ଶକ୍ତି ହେତୁ ଆପଣଙ୍କର ମାନସିକ ଅଶାନ୍ତି ଘଟିପାରେ ।
ମୃଗଶିରା – ତରବରିଆ ଭାବେ ନିଷ୍ପତି ନିଅନ୍ତୁ ନାହିଁ ।
ପ୍ରତିକାର – ମା କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମିଥୁନ:-
ମୃଗଶିରା - ବ୍ୟବସାୟରେ  ମାନ୍ଦା ଦେଖା ଦେଇପାରେ ।
ଆଦ୍ରା -  ଶତ୍ରୁ ଓ ବିରୋଧି ମାନେ କ୍ଷତି କରି ପାରନ୍ତି ।
ପୁନର୍ବସୁ -  ଜୀବନ ସାଥିଙ୍କ ସହିତ ମନମାଳିନ୍ୟ ଦେଖାଦେଇ ପାରେ ।
ପ୍ରତିକାର – “ଓଁ ସୋମାୟ ବିଦ୍‌ମହେ ପିତାମ୍ବରାୟ ଧିମହି ତନ୍ନଃ ସୋମଃ ପ୍ରଚେଦୟାତ” ଜପ କରନ୍ତୁ ।

କର୍କଟ:-
ପୁନର୍ବସୁ -  କାର୍ଯ୍ୟରେ ଉତମ ଅବସର ମିଳିପାରେ ।
ପୁଷ୍ୟା –  ଲୋକଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ ।
ଅଶ୍ଳେଷା – ସକାରାତ୍ମକ ଭାବନାର ସହାୟତା ନିଅନ୍ତୁ ।
ପ୍ରତିକାର – ମା ଭୂବନେଶ୍ୱରୀଙ୍କର ମନ୍ତ୍ର ପାଠ କରନ୍ତୁ ।

ସିଂହ:-
ମଘା –  ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି ।
ପୂ , ଫାଲଗୁନୀ -  ଅନ୍ୟ ମାନଙ୍କ ସହିତ ଭଲ ତାଳ ମେଳ ରହିବ ।
ଉ ,ଫାଲଗୁନୀ – ସବୁକାମ ସହଜରେ ସମ୍ପୁର୍ଣ୍ଣ ହୋଇଯିବ ।
ପ୍ରତିକାର – ବିଷ୍ଣୁ ମନ୍ଦିରରେ କିଛି ଦାନ କରନ୍ତୁ ।

କନ୍ୟା:-
ଉ , ଫାଲଗୁନୀ – ତର୍କ ଶକ୍ତିକୁ ଆପଣ ମଜବୁତ କରି ରଖନ୍ତୁ । 
ହସ୍ତା -  ପାରିବାରିକ ଜୀବନ ସୁଖ କର ହେବ ।
ଚିତ୍ରା – ସନ୍ତାନଙ୍କ ସଫଳତା ଦେଖି ଆପଣ ଖୁସି ଅନୁଭବ କରିବେ ।
ପ୍ରତିକାର -  ସକାଳୁ କିଛି ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା:- 
ଚିତ୍ରା – ଅଧିକ ପରିଶ୍ରମ କରିଲେ ଜରୁରୀ କାମ ପୁରା ହୋଇଯିବ ।
ସ୍ୱାତୀ – ଡାକ୍ତରଙ୍କର ଖ୍ୟାତି ସୁଦୂରପ୍ରସାରୀ ହେବ ।
ବିଶାଖା – ପ୍ରେମିକ, ପ୍ରେମିକା ମାନଙ୍କ ପାଇଁ ଦିନଟି ଭଲରେ କଟିବ ।
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ ।

ବିଛା:-
ବିଶାଖା – ଦିନଟି ଆପଣଙ୍କର ଆନନ୍ଦ ଉଲ୍ଲାସ ଭରା ରହିବ ।
ଅନୁରାଧା -   ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ ।
ଜ୍ୟେଷ୍ଠା  –  ବିବାହିତଙ୍କ ପାଇଁ ଦିନଟି ଶୁଭ ରହିବ ।
ପ୍ରତିକାର – ରୁଟି ତିଆରି କରି କୁକୁରକୁ ଖାଇବାକୁ ଦିଅନ୍ତୁ ।

ଧନୁ:-
ମୂଳା – ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ଅସୁବିଧା ଜନକ ହେବ ।
ପୂ , ଷାଢା – କୈଣସି କଥାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ ।
ଉ , ଷାଢା – ବ୍ୟର୍ଥ କଥାଠୁ ନିଜକୁ ଦୂରରେ ରଖନ୍ତୁ ।
ପ୍ରତିକାର – ଅଶ୍ୱତଥ୍ ଗଛରେ ହଳଦିଆ ରଙ୍ଗର ସୂତା ଗୁଡାନ୍ତୁ ।   

ମକର:-
ଉ , ଷାଢା -  ରଚନାତ୍ମକ କାର୍ଯ୍ୟ ଲାଗି ସମୟ ଦେଇପାରନ୍ତି ।
ଶ୍ରବଣା –  ଜୀବନ ସାଥିଙ୍କ ସହିତ ଅଧିକ ସମୟ ବିତାଇବେ ।
ଧନିଷ୍ଠା – ଅଚାନକ ଧନ ଲାଭ ହୋଇପାରେ ।
ପ୍ରତିକାର –  ଭଗବାନଙ୍କର ବିଗ୍ରହକୁ ପୂଜା କରନ୍ତୁ ।

କୁମ୍ଭ:-
ଧନିଷ୍ଠା -  ସମସ୍ତଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ ।
ଶତଭିଷା – ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ ।
ପୂ, ଭାଦ୍ରପଦ  – ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ ।
ପ୍ରତିକାର – “ଶନିଶ୍ଚରାୟ ବିଦ୍‌ମହେ ସୂର୍ଯ୍ୟପୁତ୍ରାୟ ଧିମହି ତନ୍ନଃ ମନ୍ଦ ପ୍ରଚେଦୟାତ” ମନ୍ତ୍ର ଜପ କରନ୍ତୁ ।

ମୀନ:-
ପୂ , ଭାଦ୍ରପଦ - ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ ।
ଉ , ଭଦ୍ରପଦ - ପାରିପାରିକ ଜୀବନ ସୁଖକର ହୋଇପାରେ ।
ରେବତୀ – ଜମି , ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ ମିଳିବ ।                         
ପ୍ରତିକାର – ବୃହସ୍ପତିଙ୍କର ଇଷ୍ଟ ଦେବୀ ମା ତାରାଙ୍କର ପୂଜା କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)