Advertisment

ପାଣିରେ ଭାସୁଥିଲା ଅଖା, ଖୋଲିବା ପରେ ମିଳିଲା...

ଯୁବକଙ୍କ ହାତଗୋଡ଼ ରଶିରେ ବନ୍ଧା ହୋଇଥିବା ବେଳେ ବେକକୁ ଧାରୁଆ ଅସ୍ତ୍ରରେ ପ୍ରାୟ ୭୦ ଭାଗ କଟାଯାଇଥିବା ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହକୁ ଅଖାରେ ବାନ୍ଧି ଫିଙ୍ଗିଥିବା ଆଶଙ୍କା କରାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Body of youth packed in sack found at stone mines

Body of youth packed in sack found at stone mines

ପଥର ଖଣି ଭିତରୁ ମିଳିଲା ଯୁବକଙ୍କ ମୃତଦେହ। ଜଣେ ଅଜଣା ଯୁବକର କ୍ଷତାକ୍ତ ମୃତଦେହ ହାତଗୋଡ ବନ୍ଧା ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇଛି। ଏକ ବନ୍ଧାଯାଇଥିବା ଅଖା ଭିତରୁ ମୃତଦେହ ଉଦ୍ଧାର ହୋଇଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନିଆଳ ଗାଁ ପଥର ଖଣିରେ ଏହି ଘଟଣା ଘଟିଛି। କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହକୁ ଅଖାରେ ବାନ୍ଧି ଫିଙ୍ଗିଥିବା ଆଶଙ୍କା କରାଯାଉଛି। 

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ସ୍ଥାନୀୟ ଲୋକେ ଗୁରୁଜଙ୍ଗ ହଳଦିଆ ରାସ୍ତାର ନିଆଳ ପଥର ଖଣିକୁ ଶୌଚ ହେବାକୁ ଆସିଥିଲେ। ଏହି ସମୟରେ ମୃତଦେହ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହ ଉଦ୍ଧାର କରିଥିଲେ।

ଯୁବକଙ୍କ ହାତଗୋଡ଼ ରଶିରେ ବନ୍ଧା ହୋଇଥିବା ବେଳେ ବେକକୁ ଧାରୁଆ ଅସ୍ତ୍ରରେ ପ୍ରାୟ ୭୦ ଭାଗ କଟାଯାଇଥିବା ଦେଖିବାକୁ ମିଳିଥିଲା। ମୃତକ କିଏ ଏବଂ କିଏ ତାଙ୍କୁ ହତ୍ୟା କଲା ? ହତ୍ୟାର କାରଣ କ’ଣ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୋଲିସ୍‌ CCTV ଫୁଟେଜ୍‌ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଛି। 

Advertisment
Youth Murder
Advertisment
Advertisment