/odishatv-khabar/media/post_attachments/uploadimage/library/16_9/16_9_0/Crime_1655474897.jpg)
Crime
ପୁଅ ବୁଝିଲାନି ମମତାର ମୂଲ୍ୟ । ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୧୦ ବର୍ଷର ପୁଅ । ନୂଆ ଡ୍ରେସ୍ ପାଇଁ ମାଆ ପଇସା ନଦେବାରୁ ନାବାଳକ ପୁଅ ଏଭଳି ବୀଭତ୍ସ କାଣ୍ଡ ଘଟାଇଛି । ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ଏହି ଲୋମହର୍ଷକ ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିବା ସହ ନାବାଳକ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ ।
ଉପର ବରଡ଼ା ଗାଁ ମୁଗ ସାନ୍ତଙ୍କ ସ୍ୱାମୀ ସାହେବ ସାନ୍ତଙ୍କ ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା । ୩ଟି ପୁଅକୁ ଧରି ଦୁଃଖ କଷ୍ଟରେ ରହୁଥିଲେ ମାଆ । ରଜରେ ସମସ୍ତେ ନୂଆ ଡ୍ରେସ ପିନ୍ଧିଥିବାରୁ ମଝିଆ ପୁଅ ଗୁରୁବାନ ସାନ୍ତ ମାଆକୁ ଡ୍ରେସ କିଣିବା ପାଇଁ ଅଝଟ କରିଥିଲା । ମୁଗ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପଇସା ଦେଇ ନପାରିବାରୁ ଏଥିରେ ଉତ୍ୟକ୍ତ ହୋଇ ପୁଅ ଗୁରୁବାନ ହାତରେ ଧରିଥିବା ଟାଙ୍ଗିଆରେ ମୁଣ୍ଡ ପଛକୁ ପ୍ରହାର କରିଥିଲା । ପରେ ଗାଁରେ ଯାଇ ଖବର ଦେଇଥିଲା । ଗାଁ ଲୋକ ନୟାକୋଟ ପୋଲିସକୁ ଖବର ଦେଇଥିଲେ । ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ରଖି ପଚାରାଉଚାରା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)