/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655518899.jpeg)
Vigilance Raid
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। କଟକ ଡିଭିଜନର ଭିଜିଲାନ୍ସର ୬ ଜଣିଆ ଟିମ୍ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନରେ ରେଡ୍ କରିଛି। ଭିଜିଲାନ୍ସ ଡିଏସ୍ପି ସୋମନାଥ ବାରିକଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଆଜି ଭୋର ସମୟରେ ଜଳେଶ୍ୱରରେ ଚଢ଼ାଉ କରିଥିବା ସୂଚନା ମିଳିଛି।
Advertisment
ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଅଶ୍ୱିନୀ କୁମାର ଦାସଙ୍କ କଟକ ଝିଙ୍କିରିଆରେ ଥିବା ପୈତୃକ ଘର ସମେତ କଟକରେ ଥିବା ଶ୍ୱଶୁର ଘର ଓ ଅନ୍ୟ ୨ଟି ସ୍ଥାନରେ ଚଢ଼ଉ ହୋଇଛି। ଅଶ୍ୱିନୀ କୁମାର ଦାସ ପୂର୍ବରୁ କେନ୍ଦ୍ରାପଡା ମହାକାଳପଡାରେ ବିଡ଼ିଓ ଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)