Advertisment

ବିଡିଓଙ୍କ ଆଖି ଖୋସା ସମ୍ପତ୍ତି: ୨୪ଟି ପ୍ଲଟ୍‌, ଇଟା ଫ୍ୟାକ୍ଟ୍ରି ଓ କୋଟି କୋଟି ଟଙ୍କାର ଘର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌ ପରେ ଅମାପ ସମ୍ପତ୍ତିର ଗୁମର ଖୋଲିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ନଗଦ ଟଙ୍କା ସୁନା ଓ ରୁପା ଠାବ ହୋଇଛି।

author-image
Rajalaxmi Sahoo
24 plots brick factory detected in possession of Jaleswar BDO Aswini Das

24 plots brick factory detected in possession of Jaleswar BDO Aswini Das

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌ ପରେ ଅମାପ ସମ୍ପତ୍ତିର ଗୁମର ଖୋଲିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ନଗଦ ଟଙ୍କା ସୁନା ଓ ରୁପା ଠାବ ହୋଇଛି। ଅଶ୍ୱିନୀ କୁମାରଙ୍କ କଟକ, କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ୨୪ଟି ପ୍ଲଟ୍‌ ରହିଥିବା ଜଣାପଡ଼ିଛି। ୨ଟି ବିଶାଳକାୟ ବିଲ୍‌ଡିଂ ରହିଛି।୧ କୋଟି ୨୨ଲକ୍ଷ ଟଙ୍କା ମୂଲ୍ୟର ତିନି ମହଲା ଘର ଓ ୧ କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର ଦୁଇ ମହଲା ଘର ଠାବ ହୋଇଛି ।

Advertisment

ଏଥିସହ ଗୋଟିଏ ଇଟା ଫ୍ରାକ୍ଟ୍ରି, ୪ଟି ଚାରି ଚକିଆ ଓ ୩ଟି ଦୁଇ ଚକିଆ ଗାଡ଼ି ଅଶ୍ୱିନୀଙ୍କ ରହିଛି। ଚଢଉ ବେଳେ ୧ ଲକ୍ଷ ୭୦ ହଜାର ଟଙ୍କାର ନଗଦ ଟଙ୍କା, ୩୩୦ ଗ୍ରାମ୍ ସୁନା ଓ ୧୧ ଶହ ଗ୍ରାମ୍ ରୁପା ଅଳଙ୍କାର ଜବତ ହୋଇଛି। ଆୟ ବହିର୍ଭୂଜ ସମ୍ପତ୍ତି ଠୁଳ ଅଭିଯୋଗରେ ଅଶ୍ୱିନୀ କୁମାରଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା।

ଅଶ୍ୱିନୀ କୁମାରଙ୍କ ବାସଭବନ ସମେତ କଟକ ଝିଙ୍କିରିଆ, ବୟାଳିଶି ମୌଜାରେ ଥିବା ଘରେ ଚଢଉ ହୋଇଥିଲା। ଅଶ୍ୱିନୀ କୁମାର ପୂର୍ବରୁ ମହାକାଳପଡାରେ ବିଡିଓ ଥିବାରୁ ସେଠାରେ ମଧ୍ୟ ରେଡ୍ ହୋଇଛି। ଅଶ୍ୱିନୀଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ ଖପୁରିଆ ସ୍ଥିତ ଅଫିସରେ ମଧ୍ୟ ଚଢଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। 

Advertisment
Vigilance Raid DA Charges Jaleswar BDO
Advertisment
Advertisment