Advertisment

ଅଗ୍ନିପଥ ଯୋଜନାକୁ ବିରୋଧ କରି ୬୨ କି.ମି ଦୌଡ଼ିଲେ ଯୁବକ

ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ । ବଢ଼ୁଛି ଆନ୍ଦୋଳନ, ତେଜୁଛି ଉତ୍ତେଜନା । କିନ୍ତୁ ନିଆରା ଉପାୟରେ ବିରୋଧ କରିଛନ୍ତି ନରେଶ ବିଶ୍ୱାସ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Protest

Protest

ଅଗ୍ନିପଥ ଯୋଜନାକୁ ବିରୋଧ କରି ୬୨ କିମି ଦୌଡିଲେ ଯୁବକ । ଏଭଳି ଏକ ଅଭିନୟ ଉପାୟରେ ପ୍ରତିବାଦ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷୀ ନଗର ସ୍ଥିତ ଯୁବକ ନରେଶ ବିଶ୍ୱାସ । ଉକ୍ତ ଯୋଜନାରେ ଚାକିରି କାଳକୁ ୪ ବର୍ଷ ପରିବର୍ତ୍ତେ ୧୫ ବର୍ଷ କରିବା ଦାବି ନେଇ ନରେଶ ନବରଙ୍ଗପୁର ସହର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପର୍ଯ୍ୟନ୍ତ ଦୌଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇଛନ୍ତି ।

Advertisment

ଏଥିସହ ବିରୋଧ ପାଇଁ ହିଂସା ନ କରିବାକୁ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଘରେ ରୋଜଗାର ପାଇଁ କେହି ନଥିବାବେଳେ ବାପ ଛେଉଣ୍ଡ ପୁଅ ବାରମ୍ବାର ଦେଶ ସେବା ପାଇଁ ଆଗ୍ରହ ପ୍ରକାଶ କରି ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଉ ଥିଲେ ମଧ୍ୟ ସଫଳ ହେଉ ନଥିବା କହିବା ସହ ପୁଅକୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ନରେଶଙ୍କ ମା ବିଶଖା ବିଶ୍ୱାସ ।

ତେବେ ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ ବଢ଼ିବାରେ ଲାଗିଛି । ୭ଟି ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିହାର, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ଟ୍ରେନ୍ ଜଳାଇଦେଇଛନ୍ତି ଆନ୍ଦୋଳନକାରୀ । ବିହାରରେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘର ଉପରକୁ ଆକ୍ରମଣ ମଧ୍ୟ ହୋଇଛି । ବିହାର ରାଜ୍ୟ ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ୱାଲଙ୍କ ଘର ଉପରକୁ ବି ଆକ୍ରମଣ ହୋଇଛି ।

Advertisment

ଆନ୍ଦୋଳନକାରୀଙ୍କ ଉଗ୍ର ହିଂସା ଯୋଗୁଁ ସାରା ଦେଶରେ ପ୍ରାୟ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ୩୫ଟିକୁ ବାତିଲ କରାଯାଇଛି, ୧୩ଟି ସାମୟିକ ଭାବେ ବନ୍ଦ ରଖାଯାଇଛି । ବିହାରର ୧୨ଟି ଜିଲ୍ଲାରେ ୧୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ସହ ନେଟ୍‌ୱାର୍କିଂ ସାଇଟ୍‌କୁ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି ।

Protest Union Government Agnipath Agniveer
Advertisment
Advertisment