/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655541575.jpg)
Rahul’s family, neighbours awaits his return from hospital
ପାତାଳପୁରରୁ ବାହାରି ଏବେ ମେଡିକାଲ ବେଡ୍ରେ ମୃତ୍ୟୁ ବିଜୟୀ ରାହୁଲ ସାହୁ। ଯାହାର ଅସୀମ ସାହସ, ଧୈର୍ଯ୍ୟ ଏବଂ ଜୀବନ ଜିଇଁବାର ଜିଦ୍ ଆଗରେ ହାର୍ ମାନିଲା ମୃତ୍ୟୁ। ନର୍କର ଛାତି ଚିରି ଯିଏ ବଞ୍ଚିକି ଫେରିଛନ୍ତି ସେହି ରାହୁଲଙ୍କୁ କିନ୍ତୁ ଏବେ ଖୋଜୁଛନ୍ତି ଆତ୍ମୀୟ। ମା’, ବାପା, ଜେଜେମା’ ସମସ୍ତେ ଖୋଜୁଛନ୍ତି। ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହକୁ ଜାବୁଡ଼ି ଧରି ଗତକାଲିର ଦୁଃସ୍ୱପ୍ନକୁ ସିନା ଭୁଲିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଅବୋଲକରା ମନ କଣ ମାନୁଛି।
ବଡ଼ ଭାଇର ଫଟୋକୁ ଦେଖି ଆତ୍ମ ବିଭୋର ହୋଇପଡ଼ିଛି ରାହୁଲର ସାନ ଭାଇ। ଜେଜେମା’ ମଧ୍ୟ ନାତି ରାହୁଲ ବିନା ଖିଆପିଆ ଛାଡ଼ି ଦେଇଛନ୍ତି। ଅନ୍ୟ ପରିବାର ସଦସ୍ୟଙ୍କ ମଧ୍ୟ ସମାନ ଅବସ୍ଥା। କେବେ ରାହୁଲ ସୁସ୍ଥ ହୋଇ ମେଡିକାଲରୁ ଘରକୁ ଆସିବ ଏବେ ତାକୁ ହିଁ ଅପେକ୍ଷା।
ଛତିଶଗଡ ଚାମ୍ପା ଜିଲ୍ଲାରେ ନାବାଳକ ରାହୁଲ ବୋର୍ୱେଲ୍ ଗାତରୁ ଉଦ୍ଧାର ହେବା ପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ବିଳାସପୁରର ଆପୋଲୋ ହସ୍ପିଟାଲରେ ୫ ଜଣିଆ ଅଭିଜ୍ଞ ଡାକ୍ତରୀ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି। ଧୀରେ ଧୀରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
କେବଳ ପରିବାର ଲୋକେ ନୁହଁନ୍ତି , ଗାଁ ଲୋକେ ଓ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ରାହୁଲର ଫେରିବା ବାଟକୁ ଚାହିଁ ବସିଛନ୍ତି। ଏପରିକି ସ୍କୁଲ୍ରେ ରାହୁଲକୁ ଗୁରୁଜୀ,ଗୁରୁମାମାନେ ମଧ୍ୟ ତାକୁ ଖୋଜୁଛନ୍ତି। ସମସ୍ତେ ରାହୁଲର ଆଶୁ ଆରୋଗ୍ୟ କାମନା କରିଛନ୍ତି। ରାହୁଲର ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ଉନ୍ନତି ହେଉଛି। ସେ ଠିକ୍ ଭାବେ ଖାଇବା ପିଇବା କରୁଥିବା ନେଇ ଡାକ୍ତର ସୁଶୀଲ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)