Advertisment

ଏମିତି ଏକ ଗାଁ, ଯାହାର ମାଲିକାନା ୨ଟି ବ୍ଲକ ଓ ୩ଟି ପଞ୍ଚାୟତ ଅଧିନରେ

ଏମିତି ଗାଁ ସାରା ରାଜ୍ୟରେ କୋଉଠି ନଥିବ। ଇଏ ଏମିତି ଏକ ଗାଁ ଯାହାର ମାଲିକ ୩ ଗ୍ରାମ ପଞ୍ଚାୟତ ଓ ୨ ବ୍ଲକ୍‌। ସ୍ଥିତି ଏମିତି ହେଲାଣି ଯେ, ସରକାରଙ୍କ କୌଣସି ଯୋଜନା ଏଠିକାର ଲୋକ ପାଉନାହାନ୍ତି...ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲେ ଗାଁ ଲୋକେ...

author-image
Otv Khabar Bureau
 Villagers Face Hardship

Villagers Face Hardship

ଗାଁ ଗୋଟିଏ ହେଲେ ବ୍ଲକ୍‌ ଦୁଇଟି । ହୁଏତ ଏଇ ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଆଉ ଆପଣ ନିଶ୍ଚୟ କହିବେ ଗୋଟିଏ ଗାଁ ଦୁଇଟି ବ୍ଲକ୍‌ରେ କେମିତି ଆସିବ? ହଁ, ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ନୂଆପଡା ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

Advertisment

ମହୁଲପଡା ଗାଁକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଏଇ ଗାଁ ଦୁଇଟି ବ୍ଲକ୍‌ରେ ଆସୁଛି। ଅଧା ଗାଁ ବୋଡେ଼ନ ବ୍ଲକରେ ଆସୁଥିବା ବେଳେ ଅଧା ଗାଁ ସିନାପାଲି ବ୍ଲକରେ ଆସୁଛି । ଗାଁ ପୁଣି ଏକ ରାଜସ୍ୱ ଗ୍ରାମ ନୁହେଁ ବରଂ ପଡ଼ା ଗାଁ। ଆଉ ଏହି ମହୁଲପଡ଼ା ଗାଁ ଏକ ପଡ଼ା ହୋଇଥିବା କାରଣରୁ କୌଣସି ସରକାରୀ କାଗଜପତ୍ରରେ ଏହାର ନାଁ ମଧ୍ୟ ରହୁନାହିଁ।

ମହୁଲପଡ଼ାବାସୀଙ୍କ ଦୁଃଖ ଏତିକିରେ ସରିନି। ବରଂ ଏଇ ପଡ଼ା ଗାଁ ଚଟିଆ ଗୁଡା ଗ୍ରାମ ପଂଚାୟତ, ବାବେବିର ପଂଚାୟତ ଏବଂ ବର୍ତ୍ତନସିଲ ପରି ତିନୋଟି ଗ୍ରାମ ପଂଚାୟତରେ ରହିଛି। ଯେଉଁଥି ପାଇଁ ନାହିଁନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । ମହୁଲପଡ଼ା ଗାଁଠାରୁ ସିନାପାଲିର ଦୂରତା ୮ କିଲୋମିଟର ଓ ବୋଡେ଼ନର ଦୂରତା ୨୫ କିଲୋମିଟର ରହିଛି। ଯେଉଁଥି ଲାଗି ସରକାରୀ କାମରେ ବ୍ଲକ ଯିବାକୁ ପଡ଼ିଲେ ଅନେକ ଅସୁବିଧାର ସାମ୍ନା କରନ୍ତି ଗାଁ ଲୋକେ।

Advertisment

ଆଶ୍ଚର୍ଯ୍ୟର କଥା ଗାଁରେ ଯାନିଯାତ୍ରା ଏକାଠି ହେଉଥିବା ବେଳେ ସରକାରୀ କାର୍ଯ୍ୟକ୍ରମ କିନ୍ତୁ ଅଲଗା ଅଲଗା ହେଉଛି । ନିର୍ବାଚନ ପାଇଁ ମଧ୍ୟ ଗାଁ ଲୋକେ ଭିନ୍ନ ଭିନ୍ନ ଭିନ୍ନ ପ୍ରତିନିଧି ବାଛିଥାନ୍ତି । ରାଜସ୍ୱ ଗ୍ରାମ ହୋଇ ନଥିବା ହେତୁ ଜମି ପଟ୍ଟା, ଆଧାର କାର୍ଡ, ଭୋଟର କାର୍ଡ ଆଦିରେ ମହୁଲ ପଡାର ନାମ ଆସେନି। ଗୋଟିଏ ଗାଁର ଲୋକ ହୋଇଥିଲେ ମଧ୍ୟ ତିନୋଟି ଗ୍ରାମ ପଂଚାୟତ ଓ ଦୁଇଟି ବ୍ଲକର ଚକ୍ରବ୍ୟୁହରେ ଛନ୍ଦି ହେଉଛନ୍ତି ଅଂଚଳବାସୀ। ତେବେ ଏ ସଙ୍ଗୀନ ସମସ୍ୟାର ସମାଧାନ କରିବାକୁ ଜୋରଦାର ଦାବି କରିଛନ୍ତି ଗାଁ ଲୋକେ।

ରିପୋର୍ଟର- ଖଡ଼ିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ, ଓଟିଭି

Special Story Villagers Face Hardship
Advertisment
Advertisment