Advertisment

ରଜ ଗଲା, ହେଲେ ବର୍ଷାରେ ପୂରା ଭିଜିପାରିଲାନି ଓଡ଼ିଶା

ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ।

author-image
Chandan Shishu
Monsoon

Monsoon

ଏସନ ଧିମା ଆସୁଛି ମୌସୁମୀ। ଏଯାଏଁ ଛୁଇଁପାରିଲାନି ପୁରା ଓଡିଶା। ଗୁରୁବାର ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରରେ ପ୍ରବେଶ କରିଛି ମୌସୁମୀ ବାୟୁ। ଆଜି ନୂଆପଡା, କଳାହାଣ୍ଡି ଓ ରାୟଗଡାର କିଛି ଅଞ୍ଚଳରେ ମୌସୁମୀ ସଂପୂର୍ଣ୍ଣ ପ୍ରବେଶ ନେଇ ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ ଏବଂ ୨୦୨୧ରେ ଜୁନ୍ ୧୩ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଓଡିଶାକୁ ଛୁଇଁଥିଲା। ହେଲେ ଚଳିତବର୍ଷ ଏଯାଏଁ ମାତ୍ର ୬ ଟି ଜିଲ୍ଲାକୁ ଛୁଇଁଛି। ଆଜି ଉପକୂଳ ଓଡିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି, ଯାହା ପ୍ରାକ୍ ମୌସୁମୀ ବର୍ଷା ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର। ୨୦ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବଢିବ।

Advertisment

୨୦୧୮ରେ ୮ ଜୁନ୍, ୨୦୧୯ରେ ୨୧ ଜୁନ୍, ୨୦୨୦ରେ ୧୧ ଜୁନ୍, ୨୦୨୧ରେ ୧୦ ଜୁନ୍‌ରେ ଛୁଇଁଥିଲା ମୌସୁମୀ। ପାଣିପାଗ ବିଭାଗର ତଥ୍ୟ କହୁଛି, ୨୦୧୯କୁ ବାଦ ଦେଲେ ସାଧାରଣତ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ମୌସୁମୀ ବାୟୁ ଓ଼ଡିଶା ଛୁଇଁଥାଏ। ତୃତୀୟ ସପ୍ତାହ ସୁଦ୍ଧା ସମଗ୍ର ଓଡିଶାରେ ଦେଖାଦେଇଥାଏ ମୌସୁମୀର ପ୍ରଭାବ। ହେଲେ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉତ୍ତର ପୂର୍ବ ଦିଗରେ ସୃଷ୍ଟ ଗୁରୁଚାପ ପାଇଁ ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁ ସମଗ୍ର ଓଡିଶାକୁ ପ୍ରବେଶ କରିବାରେ ବିଳମ୍ବ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।

ଏପଟେ ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ। କେନ୍ଦ୍ରାପଡାର ଆଳିଜଙ୍ଗ ଓ ବିଶିବିଲ ପାଟରେ ପାଣି ନାହିଁ, ଚରୁଛନ୍ତି ଗୋରୁ ଗାଈ। ହଜାର ହଜାର ହେକ୍ଟର ଚାଷ ଜମି ପଡିଆ ପଡିଛି। ସବୁବେଳେ ରଜରୁ ଚାଷ କାମ ଆରମ୍ଭ ହେଉଥିବା ବେଳେ ଏବର୍ଷ ଅଭାବୀ ବର୍ଷା ଦାଉ ସାଧିଛି। ଚଳିତ ବର୍ଷ ଜୁନ୍‌ରେ ରାଜ୍ୟରେ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ୨୧ଟି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୯ଟି ଜିଲ୍ଲାରେ ହୋଇଛି ନିଅଣ୍ଟିଆ ବର୍ଷା।

Advertisment

ରାଜ୍ୟକୁ ଧିମା ମୌସୁମୀ ପ୍ରବେଶକୁ ନେଇ ଚିନ୍ତା
ପାଣିପାଗ ବିଭାଗର ସୂଚନା ଅଧିକାଂଶ ଜିଲ୍ଲା ଛୁଇଁବାକୁ ଅାହୁରି ୨/୩ ଦିନ
ଜୁନ୍ରେ ଏ ଯାଏଁ ୬୪ ପ୍ରତିଶତ ନିଅଣ୍ଟିଅା ବର୍ଷା ରେକର୍ଡ

Southwest Monsoon
Advertisment
Advertisment