ଝାରସୁଗୁଡ଼ା ଫଳାଫଳ ପୂର୍ବରୁ ହାର୍-ଜିତର ଅଙ୍କକଷା । ବିଜେଡି ଓ ବିଜେପିର ଭିନ୍ନ ନେତାଙ୍କ ଭିନ୍ନ ଆକଳନକୁ ଚର୍ଚ୍ଚା । କଂଗ୍ରେସ କହିଲା ‘ଆମେ ଜିତିବୁ’ ।
ପ୍ରାଧିକରଣର ସବୁ ଆଦେଶକୁ ଫୁ କରି ଉଡ଼ାଉଛନ୍ତି ବିଲଡର୍ । ଜରିମାନା ଅସୁଲିକୁ ଢିଲାରେ ନେଉଛି ପ୍ରଶାସନ । ପିଆଇଏଲ୍ ପରେ ଜବାବ ମାଗିଲେ ହାଇକୋର୍ଟ । ରେରାଠୁ ମୁହଁ ଫେରାଉଛନ୍ତି ଗୃହ କ୍ରେତା ।
ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ? ହାତରେ ସମୟ କମ୍ । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ତେଣୁ ଏଭଳି ସ୍ଥିତିରେ ଭକ୍ତ ଓ ସେବାୟତଙ୍କ ମନରେ ଶଙ୍କା ବଢ଼ି ଚାଲିଛି ।
‘ତୁତୀୟ ସାମ୍ମୁଖ୍ୟରେ ନାହିଁ ବିଜେଡି । ଆଗାମୀ ନିର୍ବାଚନରେ ଏକା ଲଢ଼ିବ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ ବୋଲି ନବୀନ କହିଛନ୍ତି।
ରାଜଧାନୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏମତି ଖୁଲମଖୁଲା ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାହା ସହ ସେ ଆହୁରି କହିଛନ୍ତି କି, ସର୍ବଦା ଏହା ଆମର ମୁଖ୍ୟ ନୀତି । ତୃତୀୟ ସାମୁଖ୍ୟ ନୀତରେ ଆମେ ନାହୁଁ
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦିନ ସାଢେ ୨ଟା ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତ ହୋଇଛି । ଭୁବନେଶ୍ବରରେ ଦିନ ସାଢ଼େ ୨ଟା ସୁଦ୍ଧା ୩୭ ଡିଗ୍ରୀ ସେଲସିୟସ ରହିଥିବାବେଳେ ୪୩.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ୍ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି ।
ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି ? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର।
ବାଃ ବାଃରେ ପ୍ରଶାସନ । ୯ ବର୍ଷ ହୋଇଗଲା କିନ୍ତୁ ସେତୁ କାମ ସରିଲା ନାହିଁ...ନିର୍ବାଚନ ପାଖେଇ ଆସୁଥିବାରୁ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ମାଧ୍ୟମରେ ଜଟଣୀ ସ୍ଥିତ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ରାସ୍ତା କାମ।
ପିଡିଏସ ଚାଉଳ ପାଇଁ ଏହି ଗାଁର ଲୋକମାନେ ଅଣଓସାରିଆ ଓ ବିପଦପୂର୍ଣ୍ଣ ୧୦ କିଲୋମିଟର ଯାତ୍ରା କରି ଯିବା ପରେ ମୁଣ୍ଡରେ ମୁଣ୍ଡେଇ ଚାଉଳ ଆଣନ୍ତି ।
ଧୁ ଧୁ ଖରାକୁ ଖାତିର ନାହିଁ । କାଳିଆ ଦର୍ଶନ କରିବାକୁ ଭକ୍ତ ମନ ବ୍ୟାକୁଳ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ ।
ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ତେଣୁ ଘଂଟା ଘଂଟା ଅପେକ୍ଷା କରି ରହୁଛନ୍ତି ରୋଗୀ
ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?
ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ ଯୋଡ଼ି ଯୁଗ ଯୁଗର।
ଏହି ଘଟଣା ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ଘଟିଛି । ଏହି ଆକ୍ରମଣରେ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।
ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି।
ଘରୁ ଡାକି ନେଇ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ମାଓବାଦୀମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଛି। ଏହି ବାତ୍ୟାର ନାଁ ‘ମୋକା’ ରଖାଯାଇଛି। ବାତ୍ୟା ‘ମୋକା’ ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ।
ସୁବିଧାବାଦୀ ରାଜନୀତି କହି ବର୍ଷିଲା ବିଜେପି । କଂଗ୍ରେସର ଅଭିଯୋଗ, ବିଜେଡି-ବିଜେପି ଏକ୍ । ସମଦୂରତା କଥା ଦୋହରାଇଲା ବିଜେଡି ।