• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଖୁବ୍‌ଶୀଘ୍ର ଓଡ଼ିଶାରେ ଗଡ଼ିପାରେ ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ବହୁ ପ୍ରତୀକ୍ଷିତ ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆସନ୍ତା ୧୫ ତାରିଖରେ ପୁରୀରୁ ଶୁଭାରମ୍ଭ ହେବାର ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏହାର ଉଦଘାଟନୀ ଉତ୍ସବ ଆସନ୍ତା ୧୫ ତାରିଖରେ ହେବାନେଇ କୁହାଯାଇଛି ।

ଏହା ବ୍ୟତୀତ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଆହୁରି ଅନେକ କିଛି କୁହାଯାଇଛି । ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରାଥମିକ ରକ୍ଷଣାବେକ୍ଷଣ SRC / SERରେ କରାଯିବ। ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, HWH ବେସର ଟିକେଟ୍ ଯାଞ୍ଚ କର୍ମଚାରୀମାନେ ବନ୍ଦେ ଭାରତ ଏକ୍ସପ୍ରେସକୁ HWH-Puri-HWH ମଧ୍ୟରେ ଏଣ୍ଡ-ଟୁ-ଏଣ୍ଡ ଭିତ୍ତିରେ ପରିଚାଳନା କରିବେ।

ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି । ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବାର ସମ୍ଭାବନା ରହିଛି ।

ଆମେ ଏହାରେ କହି ରଖିବୁ ଯେ, ଗତ ଏପ୍ରିଲ ମାସ ୨୮ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ୍‌ ରନ୍‌ କରାଯାଇଥିଲା । ଟ୍ରାଏଲ୍‌ ରନ୍‌ରେ ହାୱଡ଼ାରୁ ପୁରୀକୁ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ସକାଳ ସାଢ଼େ ୬ଟାରୁ ପୁରୀରୁ ବାହାରି ମଧ୍ୟାହ୍ନରେ ପୁରୀରେ ପହଞ୍ଚିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now