• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ । ୯ ଦଫା ଦାବୀ ନେଇ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ- UFBU । UFBU ଆହ୍ଵାନରେ ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । 

* ପର୍ଯ୍ୟାପ୍ତ ନିଯୁକ୍ତି 

* ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା 
* ୫ ଦିନିଆ କାର୍ଯ୍ୟ ସପ୍ତାହ 
* PLI ନେଇ DFSଙ୍କ ନିର୍ଦ୍ଦେଶାବଳୀ ପ୍ରତ୍ୟାହାର 
* ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା 
* ରାଷ୍ଟ୍ରାୟତ ବ୍ୟାଙ୍କରେ ନିର୍ଦ୍ଦେଶକ ପଦବୀ ପୂରଣ 
* ଗ୍ରାଚୁଇଟି ଆଇନରେ ସଂଶୋଧନ 
* IDBI ବ୍ୟାଙ୍କରେ ସର୍ବନିମ୍ନ ୫୧% ଅଂଶଧନ ରଖିବା 

ଅଧିକ ପଢ଼ନ୍ତୁ: ଏବେ ଫେରିବେନି ସୁନିତା, ହାଇଡ୍ରଲିକ୍ ସିଷ୍ଟମରେ ତ୍ରୁଟି କାରଣରୁ ମିଶନ ସ୍ଥଗିତ

ଏଭଳି ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ । ଏହି ଧର୍ମଘଟରେ କେବଳ ଆମ ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛି UFBU ଓଡ଼ିଶା ଶାଖା ।

ଅଧିକ ପଢ଼ନ୍ତୁ: ବଢ଼ିଲା କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ୍ ଡିଜିପିଙ୍କ ଅଡୁଆ, ବାଧ୍ୟତାମୂଳକ ଛୁଟିରେ ପଠାଇଲେ ସରକାର

ଏହି ସମୟରେ ବ୍ୟାଙ୍କିଙ୍ଗ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହେବ । ଅନ୍ୟପକ୍ଷରେ ମାର୍ଚ୍ଚ ୨୨ ଓ ୨୩ ତାରିଖ ସାପ୍ତାହିକ ଛୁଟି ଥିବାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କିଙ୍ଗ ସେବା ।

  • Reported by:
  • KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now