• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନିର୍ବାଚନରେ ନିର୍ବାଚିତ ହେଲେ, ସରପଂଚ ଚେୟାରରେ ବି ବସିଲେ କିନ୍ତୁ ନିଜ ବୃତ୍ତିକୁ ପାସୋରି ଦେଲେନି । ପୂର୍ବରୁ ଅଟୋ ଚଳାଇ ଯେମିତି ଲୋକଙ୍କ ସେବା କରୁଥିଲେ ଆଜି ବି ସେମିତି ଅଟୋ ଚଳାଇ ଲୋକଙ୍କର କରୁଛନ୍ତି ସେବା । ପଂଚାୟତର ସରପଞ୍ଚ ଅଟୋ ଚଳାଇ ଗାଁ ଲୋକଙ୍କ ସେବା କରୁଥିବାରୁ ପଂଚାୟତବାସୀ ବି ବେଶ୍‌ ଖୁସି ।

ସରପଂଚଙ୍କ ଘର ବି ଦେଖିଲେ ଆପଣ କହିବେ ଇଏ କୌଣସି ନେତା ନୁହେଁ ବରଂ ଜଣେ ଅସହାୟଙ୍କ ଘର । ଖାଲି ଏତିକି ନୁହେଁ ବରଂ ଘରର ଅବସ୍ଥା ଏମିତି ହୋଇଛି ଯେ କେତେବେଳେ ଗଳି ପଡିବ ତାହା କାହାକୁ ବି ଜଣାନାହିଁ । ହେଲେ ସେ ଘର କାହାର ଜାଣିବା ପରେ ଯିଏ ଦେଖୁଛି ସିଏ ଚମକିପଡୁଛି ।  ଆଉ କହୁଛନ୍ତି ଏହା କେମିତି ସମ୍ଭବ? ଲୋକଙ୍କ ସେବାରେ ସେ ଏତେ ବ୍ୟସ୍ତ ଯେ ନିଜ ଘର ତିଆରି କରିବାକୁ ବି ତାଙ୍କ ପାଖରେ ସମୟ ନାହିଁ ।

ଅଧିକ ପଢ଼ନ୍ତୁ: ସାବାସ୍‌ ସରପଂଚ, ଗାଁ ଲୋକଙ୍କ ଲାଗି ନଈରେ ଖୋଳିଲେ ୯ ଚୁଆ

ପୁରୀ ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ପଂଚାୟତର ସରପଞ୍ଚ ସୁରେନ୍ଦ୍ର ବେହେରା । ନିର୍ବାଚନରେ ନିର୍ବାଚିତ ହେବା ପରେ ସେ ଏବେ ପଂଚାୟତର ସରପଂଚ । ପଦବୀ ପାଇବା ପରେ କିନ୍ତୁ ତାଙ୍କ ମନରେ ଟିକିଏ ବି ଗର୍ବ ନାହିଁ । କାରଣ ରାତି ପାହିବା ମାତ୍ରେ ବାହାରି ପଡନ୍ତି ଲୋକଙ୍କ ସେବା କରିବାକୁ । କି ଖରା କି ବର୍ଷା...ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ସେ ବାହାରି ପଡନ୍ତି ଘରୁ । ପ୍ରଥମେ ପଂଚାୟତ କାର୍ଯ୍ୟାଳୟକୁ ଯାଇ ଲୋକଙ୍କ କଥା ବୁଝନ୍ତି ପରେ ଯେତିକି ସମୟ ମିଳେ ସେତିକିରେ ଅଟୋ ଚଳାନ୍ତି ।

ନିଜ କାମ ପାଇଁ ସ୍ଥାନୀୟ ଇଲାକାରେ ସେ ଭାରି ପରିଚିତ । ସେଇଥି ଲାଗି ତ ପୂର୍ବ ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟ ହୋଇଛନ୍ତି ସତ କିନ୍ତୁ ଭୁଲି ନାହାନ୍ତି ନିଜ କର୍ତ୍ତବ୍ୟ । ସରକାରଙ୍କ ପକ୍ଷରୁ ସୁରେନ୍ଦ୍ରଙ୍କୁ ମାସିକ ୨୩ଶହ ଟଙ୍କା ଦରମା ମିଳୁଛି, କିନ୍ତୁ ଆଜିକା ମହରଗ ଯୁଗରେ ଏତେ କମ୍‌ ଟଙ୍କାରେ ଚଳିବା କଷ୍ଟ । ତେଣୁ ପରିବାର ଚଳାଇବା ଲାଗି ବାକି ସମୟରେ ସେ ଚଳାଉଛନ୍ତି ଅଟୋ ।

ଆଜିକା ସମୟରେ ଆମେ ଅନେକ ଥର ଦେଖିଛନ୍ତି ଥରେ ନିର୍ବାଚିତ ହେବା ପରେ ନେତାଏ ଜନତାଙ୍କ କଥାକୁ ଆଉ ଶୁଣନ୍ତିନି କି ବୁଝନ୍ତିନି । ହେଲେ ଇଏ ଏମିତି ଜଣେ ସରପଂଚ ଯିଏକି ଲୋକଙ୍କ ସେବାରେ ନିଜ ଜୀବନକୁ କରିଛନ୍ତି ଉତ୍ସର୍ଗ ।

  • Reported by:
  • Duti Krushna Pattnaik