Advertisment

ପୁଣି ରକ୍ତମୁଖା ମାଓବାଦୀ: ଘରଠୁ ୨୦୦ ମିଟର ଦୂରରେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ଘରୁ ଡାକି ନେଇ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ମାଓବାଦୀମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Former sarpanch allegedly shot dead by Maoists in Kandhamal

Former sarpanch allegedly shot dead by Maoists in Kandhamal

ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଘରୁ ଡାକି ନେଇ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଉଲିପଡ଼ା ଗାଁରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ମୃତ ପୂର୍ବତନ ସରପଞ୍ଚଙ୍କ ନାଁ ସୁବଳ କଅଁର। ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ସୁବଳ ଘରେ ଶୋଇଥିବା ବେଳେ ୩ ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ମାଓବାଦୀମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। 

ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ସୁବଳଙ୍କୁ ହତ୍ୟା କରିଥିବା ତାଙ୍କ ସାନ ଭାଇ ସୁଦାମ କହଁର କହିଛନ୍ତି। ଘଟଣାକୁ ନେଇ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୂର୍ବରୁ ୨୦୧୯ରେ ସୁବଳଙ୍କୁ ଗାଁ ଛାଡ଼ିବାକୁ ମାଓବାଦୀମାନେ  ଧମକ ଦେଇଥିଲେ।

Advertisment
Maoist Attack
Advertisment
Advertisment