/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683791634.jpg)
Bridge Problem
ଫଳକ ଦେଖିଲେ ସ୍ପଷ୍ଟ ଜଣାପଡିବ କି ୨୦୧୪ ମସିହାରେ ବ୍ରିଜ୍ର ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି । ସାଧାରଣତଃ ଶୁଭ ଦେବାର ୨ କି ୩ ବର୍ଷ ମଧ୍ୟରେ କାମ ସରିବାର କଥା । ହେଲେ ଏଇଠି ୯ ବର୍ଷ ବିତିଗଲାଣି ହେଲେ ବ୍ରିଜ୍ ହୋଇପାରିଲା ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।
ନଇ କୂଳିଆ ଲୋକଙ୍କ ସୁବିଧା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବ୍ରିଜ୍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଲୋକଙ୍କ ଆଶା ଥିଲା ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବାରୁ ଖୁବ୍ଶୀଘ୍ର ବ୍ରିଜ୍ କାମ ସରିବ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ସବୁ ସ୍ୱପ୍ନ ସ୍ୱପ୍ନ ହୋଇ ରହିଯାଇଛି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ସାଉରିଆ ପଂଚାୟତରେ ଲୋକମାନଙ୍କ ଯାତାୟତ ପାଇଁ ଦୟା ନଦୀ ଉପରେ ସେତୁ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ଅନୁସାରେ ବ୍ୟୟବରାହ ବି ହେଲା କିନ୍ତୁ କାମ ଏମିତି ହେଲା ଯେ ୯ ବର୍ଷ ହେଲା ବ୍ରିଜ୍ ଉପରେ ଯିବା ସମ୍ଭବ ହୋଇପାରିଲା ନାହିଁ ।
ଅଧିକ ପଢ଼ନ୍ତୁ: ଇଏ କେମିତିକା ସେତୁ ? ୧୧ ବର୍ଷ ହେଲାଣି ସରୁନି, ଲୋକଙ୍କ ଭରସା ବାଉଁଶ ପୋଲ
ବ୍ରିଜ ନିର୍ମାଣ ନହେବା ଫଳରେ ନଦୀ ସେପଟେ ରହିଥିବା ୧୦ ଗୋଟି ଗାଁର ୫ ହଜାରରୁ ଉର୍ଦ୍ଧ୍ୱ ଲୋକେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଖରାଦିନରେ ଏମିତି ଢଙ୍ଗରେ ନଈରେ ପାର ହେଉଛନ୍ତି ଲୋକେ। କିନ୍ତୁ ବର୍ଷା ଦିନରେ ସ୍ଥିତି ଗୋଟିଏ ପ୍ରକାର ଅସମ୍ଭାଳ ହେଉଛି । ଆଉ ବାଧ୍ୟ ହୋଇ ଘରେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି ଲୋକେ ।
ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତ୍ରିନାଥ ଇଂଜିନିୟରିଙ୍ଗ ନାମରେ ରହିଥିବା ବ୍ରିଜ୍ ପାଇଁ ୯ କୋଟି ୭ ଲକ୍ଷ ୮୯ ହଜାର ୭୭୦ ଟଙ୍କା ୫୮ ପଇସା ବ୍ୟୟ ଅଟକଳ ବି ହୋଇଥିଲା । ୨୦୧୪ରେ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ରେ ଶେଷ ହେବାର ଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ଗଡିଯାଇଥିଲେ ସୁଦ୍ଧା ବ୍ରିଜ୍ କାମ ସରିପାରିଲା ନାହିଁ । ସେପଟେ କାହିଁକି ବ୍ରିଜ୍ କାମ ସରୁନି ସେନେଇ ସ୍ଥିତି ପରଖିବାକୁ ପହଞ୍ଚିଥିଲେ ଗ୍ରାମ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ । ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆସନ୍ତା ଜୁନ୍ ୧ ସୁଦ୍ଧା ବ୍ରିଜ୍ କାମ ସାରିବାକୁ ସଂପୃକ୍ତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)