/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683807938.jpg)
'Will contest alone'
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବିଜେଡି ଏକାକୀ ଲଢ଼ିବ । ମୈଦାନକୁ କୌଣସି ପାର୍ଟି ସହ ବିଜୁ ଜନତା ଦଳ ଓହ୍ଲାଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ରାଜଧାନୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏମତି ଖୁଲମଖୁଲା ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାହା ସହ ସେ ଆହୁରି କହିଛନ୍ତି କି, ସର୍ବଦା ଏହା ଆମର ମୁଖ୍ୟ ନୀତି । ତୃତୀୟ ସାମୁଖ୍ୟ ନୀତରେ ଆମେ ନାହୁଁ । ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲାଖୋଲି କହିଛନ୍ତି ।
ଖାଲି ଏତିକି ନୁହେଁ, ମାତ୍ର କିଛି ମିନିଟ୍ର ସାମ୍ବାଦିକମାନଙ୍କ ସାକ୍ଷାତରେ ନବୀନ ୨୦୨୪ ନିର୍ବାଚନକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିଥିବା ଦେଖିବାକୁ ମିଳିଛି । ନିର୍ବାଚନ ପ୍ରସଙ୍ଗରେ ଆହୁରି କିଛି ଛୋଟ ବଡ଼ କଥା ଉଠାଇଛନ୍ତି ନବୀନ । ନବୀନଙ୍କ ମାତ୍ର ଏହି କିଛି ମିନିଟର ଖୋଲା ମନ୍ତବ୍ୟ ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)