ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।
ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା ।
କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ । ସମସ୍ତେ କ୍ଷୁବ୍ଧ । ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ ।
ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ କେକ୍ । ତା’ପରେ ଆରମ୍ଭ ହୋଇଥିଲା ଖିଆପିଆ
ପ୍ରଥମେ ପଶ୍ଚିମ ଓଡ଼ିଶା । ତାପରେ ଦକ୍ଷିଣ । ଆଉ ଏବେ ଫୋକସରେ ନିଜ ଜିଲ୍ଲା ଗଂଜାମ । କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟକ୍ରମ । ହେଲେ ସଭା ଦେଖି ଲାଗୁଥିଲା ଯେମିତି ନିର୍ବାଚନ କ୍ୟାମ୍ପେନ୍ ।
ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
କଟକ ଦୂର ହୋଇଥିବାରୁ ଅଧିକ ଖର୍ଚ୍ଚାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ସେପଟେ ଏକ ଅଘଟଣରୁ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଦେହରେ ନିଆଁ ଲାଗିଯିବାରୁ ସେ ବି ନାହିଁ ନଥିବା ହଇରାଣ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଦେଶରେ ୧୮୯୦ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।
ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା ।
ପ୍ରଶ୍ନ ଉଠୁଛି, ଯଦି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ବିଭାଗ ଅଧିକାରୀ ଗଛ ନାଁରେ କିକ୍ ବ୍ୟାକ୍ କରିବାକୁ ସାହସ କରୁଛନ୍ତି, ତେବେ ଅନ୍ୟ ଜିଲ୍ଲାରେ କେମିତି ଚାଲିଥିବ ପଥପାର୍ଶ୍ୱ ବନୀକରଣ ?
ବାହାଘର ହେଲା, ଯୌତୁକ ବି ପାଇଲେ । ହେଲେ ପୁଣି ଅଧିକ ଯୌତୁକ ଆଶା କରି ବୋହୂକୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏମିତିକି ଏହାପୂର୍ବରୁ ବି ଶାଶୂଘର ଲୋକେ ମାମାଲିଙ୍କୁ ନିର୍ଯାତନା ଦେଇଥିବା ବାପଘର ଲୋକେ କହିଛନ୍ତି । ବାରମ୍ବାର କଳିଝଗଡ଼ା ହେଉଥିବା କଥା ବାପଘର ଲୋକଙ୍କୁ କହିଥିଲେ ମାମାଲି । ଘଟଣାର ସମାଧାନ ପାଇଁ ଉଦ୍ୟମ ବି ହୋଇଥିଲା । କିନ୍ତୁ ଶାଶୂଘର ଲୋକ ଶେଷରେ ମାମାଲିଙ୍କୁ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି ।
ଗାଁରେ ରହୁଥିଲା, ହେଲେ ବିଜୁଳି ଖୁଣ୍ଟରେ ଲାଗି ଜୀବନ ଚାଲିଗଲା । ଆଉ ମାଙ୍କଡ଼ର ମୃତ୍ୟୁ ପରେ ଶୋକରେ ବୁଡ଼ିଗଲେ ଗାଁ ଲୋକେ । ମାଙ୍କଡ଼ର ଦେହାନ୍ତ ହେବା ପରେ କୀର୍ତ୍ତନ କରି ଶତ୍କାର କରିବା ସହିତ ଶୁଦ୍ଧକ୍ରିୟା ବି କରିଥିଲେ । ଖାଲି ଶୁଦ୍ଧକ୍ରିୟା ନୁହେଁ ବରଂ ମାଙ୍କଡ଼ର ଫଟୋକୁ ଧରି ଆଜି ବି ଭଜନ କୀର୍ତ୍ତନରେ ଗାଁ ପରିକ୍ରମା କରୁଛନ୍ତି ଲୋକେ । ଗୋଟିଏ ଗାଁରେ ମାଙ୍କଡ଼ ମରିଥିଲେ ବି ପାଖ ଗାଁର କୀର୍ତ୍ତନିଆ ଦଳ ଆସି ସେହି ଗାଁରେ କରୁଛନ୍ତି କୀର୍ତ୍ତନ
ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଏକ OYO Rooms ରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି
ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ସ୍ୱପ୍ନ ...ତାହା ନୁହେଁ ଯାହା ରାତିରେ ଶୋଇବା ସମୟରେ ଆମେ ଦେଖିଥାଉ ବରଂ ସ୍ୱପ୍ନ ଏମିତି ହେବା ଦରକାର ଯାହା ଆମକୁ ରାତିରେ ଶୁଆଇ ଦିଏନାହିଁ । ସ୍ୱପ୍ନ ତ ସମସ୍ତେ ଦେଖନ୍ତି । ହେଲେ ସ୍ୱପ୍ନକୁ ସାକାର କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନଥାଏ । ସ୍ୱପ୍ନ ପୂରଣ ପାଇଁ ସାଧନାର ଆବଶ୍ୟକତା ରହିଥାଏ । ଠିକ୍ ଏମିତି ଦିନେ ସ୍ୱପ୍ନ ଦେଖିଥିଲେ ସଂଗ୍ରାମ ।
ବାପା-ମାଆଙ୍କ ଅବର୍ତ୍ତମାନରେ ଦୁଇ ଭଉଣୀଙ୍କର ଦାୟିତ୍ୱ ନେବାକୁ ବି କେହିନାହାନ୍ତି । ଘରେ ଜେଜେ ବାପା ଅଛନ୍ତି । ହେଲେ ସିଏ ସେମାନଙ୍କର ସେବା କଣ କରିବେ ? ବରଂ ଦୁଇ ନାତୁଣୀ ତାଙ୍କର ଦାୟିତ୍ୱ ନେଉଛନ୍ତି । କେତେବେଳେ ଗୋଡ଼ ମୋଡି ଦେଉଛନ୍ତି ତ ଆଉ କେତେବେଳେ ଖୁଆଇ ଦେଉଛନ୍ତି । ବଡ଼ ଭଉଣୀ ଶୁଭସ୍ମିତା ସାନ ଭଉଣୀ ମଧୁସ୍ମିତାର ପୂରା ଦାୟିତ୍ୱ ନେଇଛି । ପଖାଳ ଭାତକୁ ଭେଣ୍ଡି ଖଟା କରି ଖୁଆଇ ଦେଉଛି । ଆଉ ମନେ ମନେ କହୁଛି, ହେ ଭଗବାନ ଆଉ ମତେ କଷ୍ଟ ଦିଅନି ।
ଶ୍ରମିକମାନେ ଆଦୌ କାମ କରିନଥିବା ବେଳେ କିଭଳି ସେମାନଙ୍କ ନାଁ କିଭଳି ମଷ୍ଟର ରୋଲରେ ଚଢାଗଲା
ମାଲକାନଗିରି ସ୍ୱାଭିମାନଞ୍ଚଳ ଧୂଳିପୁଟ ପଂଚାୟତର ମାନ୍ଧାପାଲି ଗାଁର କାଙ୍ଗାରୁ ପରିବାର । ୬ ସନ୍ତାନଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହେବା ପରେ ଏଇ ସନ୍ତାନଙ୍କ ସହ ବଂଚିବା ଲାଗି ଅହରହ ସଂଗ୍ରାମ କରୁଛନ୍ତି ବିଧବା କାସୁଲ ଆମା । କାସୁଲଙ୍କ ଭାଗ୍ୟରେ କେବଳ ବିଡ଼ମ୍ବନା, ଅଭାବ ଆଉ ଅନାଟନ । କିଛି ସାହାଯ୍ୟ ମିଳିନଥିବାରୁ ଭାଗ୍ୟକୁ ଆଦରି ପଡ଼ିଛି ପୂରା ପରିବାର । ଜମିବାଡ଼ି ବୋଲି କିଛି ନାହିଁ। ଭଙ୍ଗା ଝାଟି ମାଟି ଜରି ଘୋଡା ଘରେ ଏବେ କଟୁଛି ଦିନ ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଭୁବନେଶ୍ୱରରେ ଉଦ୍ଯାପିତ ହୋଇଛି ଜେଡି ଆନୁଆଲ୍ ଆୱାର୍ଡ ପ୍ରୋଗ୍ରାମ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ଟେଲିଭିଜନ ନେଟ୍ୱର୍କର ହେଡ୍ ଅଫ୍ ବିଜନେସ୍ ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଥିଲେ।
ଆପଣ ପୋଷ୍ଟାଲ୍ ଅର୍ଥାତ୍ ଡାକଘରେ ଟଙ୍କା ରଖିଛନ୍ତି କି ? କିମ୍ବା ଟଙ୍କା ରଖିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ଡାକଘରେ ଟଙ୍କା ଜମା ରଖିଥିବା ଶତାଧିକ ଜମାକାରୀ ନିଜ ଜମା ଟଙ୍କା ଫେରି ପାଉନଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀକୁ ପୋଲିସ୍ ଏନ୍କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଏନ୍କାଉଣ୍ଟର କରାଯାଇଛି।
ସମସ୍ତଙ୍କ ଦ୍ଵାରା ଜିମ୍ ଯାଇ, ଟ୍ରେନର ପାଖକୁ ଏକ୍ସରସାଇଜ୍ କରିବା ସମ୍ଭବ ହୁଏ ନାହିଁ। ୱାକି° ଏବଂ ଜଗି° ସହ କେତୋଟି ସରଳ ଘରୋଇ ବ୍ୟାୟାମ ପେଟର ମେଦ କମାଇ ଫ୍ଲାଟ୍ ଟମି ପାଇବାରେ ସାହାଯ୍ୟ କରେ। ଆସନ୍ତୁ ନଜର ପକେଇବ…
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ ।
ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।