Advertisment

Police Involved in Ganja Farming: ପୋଲିସ କରୁଛି ଗଞ୍ଜେଇ ଡିଲ୍‌; ମାଗୁଛି ୧୦ ଲକ୍ଷ ଟଙ୍କା...

ନାଇଁ ନାଇଁ ତୁମେ ମୋର କଥା ଶୁଣି ସାର...ମୋ କହିବାର ମାନେ, ତୁମ ସେଇଠି ୧୫ ହଜାର ଗଛ ଲଗାଇଛ, ୧୫ ହଜାର ତମେ କହୁଛ କିନ୍ତୁ କୋଡିଏ ହଜାର ଗଛ ଅଛି…ଯଦି ଗୋଟିଏ ଗଛକୁ ୫୦ ଟଙ୍କା ଦେବ, ତାହେଲେ ଦଶ ଲକ୍ଷ ଟଙ୍କା ହେବ…ଆମେ ସେଭଳି ହିସାବ କରି ଦଶ ଲକ୍ଷ ଟଙ୍କା ପକାଇଛୁ…୧୦ ଲକ୍ଷରୁ କମ ହେଲେ ହେବ ନାହିଁ…

author-image
Sujit kumar Swain
ଅଦ୍ୟତନ ହୋଇଛି
Police Involved in Ganja Farming!

Police Involved in Ganja Farming!

ଗଂଜେଇ ଚାଷୀ: କ୍ଳିଅର କହିଦିଅ, ଏବେ ଦୁଇ ତିନି ଲକ୍ଷ ଦେଇ ପାରିବୁ ନାହିଁ… କେତେ ଦେଇ ପାରିବେ ସେମାନେ, ତାଙ୍କଠୁ ଆଦାୟ କରି ତମ ପାଖକୁ ପଠାଇ ଦେବି…

Advertisment

ପୋଲିସ କର୍ମଚାରୀ:- ନାଇଁ ନାଇଁ ତୁମେ ମୋର କଥା ଶୁଣି ସାର ... ମୋ କହିବାର ମାନେ, ତୁମ ସେଇଠି ୧୫ ହଜାର ଗଛ ଲଗାଇଛ, ୧୫ ହଜାର ତମେ କହୁଛ କିନ୍ତୁ କୋଡିଏ ହଜାର ଗଛ ଅଛି… ଯଦି ଗୋଟିଏ ଗଛକୁ ୫୦ ଟଙ୍କା ଦେବ, ତାହେଲେ ଦଶ ଲକ୍ଷ ଟଙ୍କା ହେବ… ଆମେ ସେଭଳି ହିସାବ କରି ଦଶ ଲକ୍ଷ ଟଙ୍କା ପକାଇଛୁ…୧୦ ଲକ୍ଷରୁ କମ ହେଲେ ହେବ ନାହିଁ… ଚାରିଦିନ ସମୟ ନିଅ ...ଚାରିଦିନ ପରେ ଦେବ... କିନ୍ତୁ ଦଶ ଲକ୍ଷ ଦରକାର… ଆଉ ଅଧା ଦେଇ ବାକିରେ ଚଳିବ ନାହିଁ… ଡାଇରେକ୍ଟ କୁହ....ପଇସା ଦେବ ଯଦି ଗଛ ରହିବ...ନଚେତ ୨୬ ତାରିଖ, ବୁଢା (ଏସ୍.ପି)କହିଛି...ଗଛରେ ଚଢିବ....ଗଛ କାଟିବ...

ଅଧିକ ପଢ଼ନ୍ତୁ: ରାମପୁରରେ ୭ ଥର ବିଷ ଇଞ୍ଜେକ୍ସନରେ ପତ୍ନୀ ହତ୍ୟା, ରବି ଓ ସହଯୋଗୀଙ୍କର ଷଡଯନ୍ତ୍ର

Advertisment

ଗଂଜେଇ ବେପାରୀ- ପିଲା ମାନେ କହୁଛନ୍ତି, ଏବେ ଦଶ ଲକ୍ଷ ଟଙ୍କା ଦେଇ ହେବ ନାହିଁ...ଦୁଇରୁ ତିନ ଲାଗିବ...ଅତି ବେଶୀରେ ପାଞ୍ଚ ଲକ୍ଷ ଟଙ୍କା ଦେଇ ହେବ...ଗଛ ରହିଲେ ବାକି ପଛରେ ଦେବୁ...

ଜଣେ ଗଂଜେଇ ମାଫିଆଙ୍କ ସହିତ ବୌଦ୍ଧ ଡି.ଭି.ଏଫର କନଷ୍ଟେବଲ ହରିଶଚନ୍ଦ୍ର ସାହୁଙ୍କର ଥିଲା ଏଭଳି କଥାବାର୍ତ୍ତା । ଖାଲି ଏତିକି ନୁହେଁ, ଏମିତି ଗଞ୍ଜେଇ ଡିଲ୍‌କୁ ନେଇ ରହିଛି ପୁଳାପୁଳା ରେକର୍ଡିଂ । ତତକାଳୀନ ଏସ.ପି ନାଗରାଜ ଡେବରକୋଣ୍ଡାଙ୍କ ସମୟର ଏ ଘଟଣା । କଥାବାର୍ତ୍ତା ମାତ୍ର ଗୋଟିଏ ମାସ ତଳର । ଏଭଳି ଫୋନ କଲ ପ୍ରଘଟ ହେଲା ପରେ,  ହରିଶଚନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା ମିଳି ପାରନାହିଁ। 

୨୦୨୩ ମସିହା, ନଭେମ୍ବର ୧ ତାରିଖରେ ଭିଜିଲାନସ ହାତରେ ଧରାପଡିଥିଲେ ହରିଶଚନ୍ଦ୍ର ସାହୁ । ଗଂଜେଇ ଚାଷୀଙ୍କ ଠାରୁ ବଟି ଆଦାୟ କରି ଫେରୁଥିବା ବେଳେ, ଭିଜିଲାନସ ଧରି ତାଙ୍କ ଠାରୁ ୬ ଲକ୍ଷ ଜବତ କରିଥିଲା । ଲାଚୁଂଆ ହରିଶଚନ୍ଦ୍ର ସାହୁ, ଧରାପଡିଲା ପରେ, ସାମ୍ନାକୁ ଆସିଥିଲା ବୌଦ୍ଧ ପୋଳିସର କଳା ଚେହେରା । କିନ୍ତୁ ବିଡମ୍ବନା କିଛି ଦିନର ନିଲମ୍ବନ ପରେ ଚାକିରିରେ ଯୋଗ ଦେଉ ଦେଉ, ପୁଣିଥରେ ତାଙ୍କୁ ବେଆଇନ ଗଂଜେଇ ଚାଲାଣ ଟାକ୍ସଫୋର୍ସରେ ସକ୍ରିୟ ସଦସ୍ୟ ଭାବେ ରଖିଥିଲେ ତତକାଳୀନ ଏସ୍.ପି ନାଗରାଜ ଦେବାରକୋଣ୍ଡା । ଆଜି ବି ହରିଶଚନ୍ଦ୍ର ସାହୁ, ଟାକ୍ସଫୋର୍ସର ସଦସ୍ୟ । ଏବେ ବି ବୌଦ୍ଧ ଜିଲ୍ଳାର ଅନେକ ଜଂଗଲ ଜମି ଓ ଚାଷ ଜମି ଉପରେ ବ୍ୟାପକ ଗଂଜେଇ ଚାଷ ହେଉଛି । 

ଜିଲ୍ଳା ପ୍ରଶାସନର ରିପୋର୍ଟ ମୁତାବକ, ୨୦୨୩ ମସିହାରେ ୧୧୯୩ ଏକର ଜମିରେ ଗଂଜେଇ ଚାଷ ନଷ୍ଟ କରାଯାଇଥିଲା । ୨୦୨୪ରେ ୬୯୧୦ ଆଉ ୨୦୨୫ର ମାର୍ଚ୍ଚ ସୁଦ୍ଧା ୧୪୮୬ ଏକର ଗଂଜେଇ ଚାଷ ନଷ୍ଟ କରାଯାଇଛି । କିନ୍ତୁ ତଥ୍ୟ କହୁଛି, ବର୍ଷକୁ ବର୍ଷ ଚାଷ ବଢୁଛି..। ଆଉ କଲ ରେକର୍ଡ କହୁଛି, ବଢୁଥିବା ଚାଷରେ କିଏ...କେତେ ଆଦାୟ କଲା...ତାହାର ହିସାବ ନଥିବା ବେଳେ, ପୋଲିସର ବଟି ଆଦାୟର ପ୍ରମାଣ ଏବେ ପ୍ରଘଟ ହୋଇଛି । କିନ୍ତୁ ଘଟଣାକୁ ନେଇ ତତକାଳୀନ କିମ୍ବା ବର୍ତ୍ତମାନର ଏସ୍.ପି କିଛି କହୁନଥିବା ବେଳେ, ଡି.ଏଫ.ଓ କହିଛନ୍ତି, ଜଂଗଲ ଜମିରେ ହେଉଥିବା ଗଂଜେଇ ଚାଷକୁ ଆମେ ନଷ୍ଟ କରୁଛୁ । ଗଂଜେଇ ଚାଷରେ ସଂପୃକ୍ତ ଲୋକଙ୍କୁ ଆମେ ଜୀବିକା ମିଶନରେ ସାମିଲ କରୁଛୁ । 

ଅଧିକ ପଢ଼ନ୍ତୁ: ହୋଲିରେ ସାଙ୍ଗ ନେଲା ସାଙ୍ଗର ଜୀବନ, ସାମାନ୍ୟ ବଚସାରୁ ଗୁଳି କରି କଲା ହତ୍ୟା

Police Ganja Farming
Advertisment
Advertisment