• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବ ଦାସଙ୍କ ଭୋଟ ବଜାୟ ରଖିପାରିବ ତ ବିଜେଡି ? ବିଜେପିକୁ ପୂର୍ବାପେକ୍ଷା ମିଳିବ କି ଅଧିକ ଭୋଟ୍ ? କଂଗ୍ରେସ ତାର ପକେଟ୍ ଭୋଟ ବଜାୟ ରଖି ପାରିବ ତ ? ଝାରସୁଗୁଡ଼ା ଭୋଟ୍ ସରିବା ପରେ ଏସବୁ ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ।

ଝାରସୁଗୁଡ଼ା ଫଳାଫଳ ଆସିବା ପୂର୍ବରୁ ହାର୍-ଜିତ୍‌ର ଅଙ୍କକଷା । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ବିଜୟ ନେଇ ଆଶାବାଦୀ । ତେବେ ୨୦୧୯ରେ ମିଳିଥିବା ଭୋଟକୁ ବଜାୟ ରଖିବା ତିନି ଦଳ ଲାଗି ଜରୁରୀ ହୋଇପଡ଼ିଛି । କାରଣ ଏହି ଉପନିର୍ବାଚନର ଫଳାଫଳ ହିଁ ୨୪ ସାଧାରଣ ନିର୍ବାଚନ ପାଇଁ ଅନେକ କିଛି ସଙ୍କେତ ଦେବ । ଏସବୁ ଭିତରେ ହାରଜିତ ନେଇ ବିଭିନ୍ନ ଦଳର ନେତାଙ୍କ ଭିନ୍ନ ଭିନ୍ନ ଆକଳନ ରାଜନୈତିକ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇଛି ।

ଉପନିର୍ବାଚନରେ ୭୯.୨୧ ପ୍ରତିଶତ୍ ମତଦାନ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିକୁ ୯୮ ହଜାର ୨୫୬, ବିଜେପିକୁ ୫୨ ହଜାର ୬୮୭ ଓ କଂଗ୍ରେସକୁ ମିଳିଥିଲା ୧୮ ହଜାର ୬୯୫ ଖଣ୍ଡ ଭୋଟ୍ । ୪୫ ହଜାର ୫୬୯ ଭୋଟ୍ ବ୍ୟବଧାନରେ ବାଜି ମାରିଥିଲା ବିଜେଡି । ତେବେ ଏହି ଉପନିର୍ବାଚନ ଫଳାଫଳ ସଙ୍କେତ ଦେବ କେଉଁ ଦଳର ପଲ୍ଲା ଭାରି ଅଛି। କେଉଁ ଦଳ ବଢୁଛି, ଆଉ କିଏ ଦୁର୍ବଳ ହେଉଛି । ଫଳାଫଳ ଦିନକ ପରେ ଜଣାପଡ଼ିବ, ତା ପୂର୍ବରୁ ସବୁ ଦଳ ଭୋଟ୍ ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ପ୍ରଚାରକୁ ଆଦୌ ଯାଇନଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆକଳନ କରିଛନ୍ତି ବିଜେଡି ୫୦ ହଜାର ଭୋଟରେ ଜିତିବ। ତେବେ ଗ୍ରାଉଣ୍ଡରେ ଥିବା ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଗତଥର ମାର୍ଜିନରୁ ଯଦି ୧୦-୨୦ ପ୍ରତିଶତ ଏପଟ ସେପଟେ ହୁଏ, ତାକୁ ଧରାଯିବ ନାହିଁ ।

ବିଜେପିରେ ବି ସମାନ ସ୍ଥିତି। ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ଝାରସୁଗୁଡାରେ ସରକାର ବିରୋଧରେ ମୋହୋଲ ରହିଛି, ତେଣୁ  ବିଜେପି ନିଶ୍ଚତ ଜିତିବ । ସେପଟେ ଗ୍ରାଉଣ୍ଡରେ ପ୍ରଚାର କରିଥିବା ବିଜେପି ବିଧାୟିକା କୁସୁମ ଟେଟେଙ୍କ ଆକଳନ, ଦଳର ଜିତିବା ଚାନ୍ସ ଅଛି। ନହେଲେ ଦ୍ୱିତୀୟ ସ୍ଥାନରେ ରହିବ । ଗତ ନିର୍ବାଚନରେ ୫୨ ହଜାର ଭୋଟ ମିଳିଥିଲା, ଏଥର ୬୦ରୁ ୭୦ ହଜାର ଭୋଟ୍ ମିଳିବ ବୋଲି ସେ କହିଛନ୍ତି ।

ସେପଟେ ଝାରସୁଗୁଡାରେ କ୍ୟାମ୍ପ୍ କରିଥିବା ପିସିସି ସଭାପତି କହିଛନ୍ତି, ଏଥର ତ୍ରିମୁଖୀ ଲଢେଇ ହୋଇଛି । କଂଗ୍ରେସ ନିଶ୍ଚିତ ଜିତିବ, ଭୋଟ୍ ପ୍ରତିଶତ ବି ବଢ଼ିବ । 

ଦିନକରେ ପରେ ଆସିବ ଝାରସୁଗୁଡ଼ା ରେଜଲ୍ଟ। ନବ ଦାସ ହତ୍ୟା ପରେ ବିଜେଡିର ଅନୁକମ୍ପା କାର୍ଡ, ଶାସକ ଦଳର ବଡ଼ ସଂଗଠନ, ଦିବଂଗତ ନବ ଦାସଙ୍କ ଶକ୍ତି, ନବୀନ ନିଜେ ପ୍ରଚାର କରିବା, ଅଗ୍ରିଆ ସମାଜ ଓ କେନ୍ଦୁପତ୍ର ତୋଳାଳିଙ୍କ ଲାଗି ପ୍ୟାକେଜ୍ ଘୋଷଣା କରିବା ସତ୍ତ୍ୱେ ବି ଯଦି ଭୋଟ୍ ବ୍ୟବଧାନ ୪୫ ହଜାରରୁ କମେ, ତାହାଲେ ବିଜେଡିର ପାରିବାପଣିଆ ଉପରେ ପ୍ରଶ୍ନ ଉଠିବ।

  • Reported by:
  • HARIHARA CHAND , JAGDISH DAS , BIBARTAN PANDA