କଳାହାଣ୍ଡି ଏସପି ଏମ. ରାମପୁରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ପୋଲିସ ଓ ଗୁଇନ୍ଦା ତଥ୍ୟ ଆଧାରରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିଛି ଦିନର ନୀରବତା ପରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହରି କରିଛି ଲଲବାହିନୀ ।
କାଳ ହେଲା ନଳକୂଅ । ଏମିତି ପଡ଼ିଲେଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି ।
କେନ୍ଦ୍ରର ବିଜେପି ନେତତ୍ୱାଧୀନ ସରକାର ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ନୀତିଶ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି ।
ବିଚିତ୍ର ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଚିତ୍ର ଆମ ସରକାରୀ ବାବୁ । ସକାଳ ପହରୁ ସଞ୍ଜ ଯାଏଁ ବୁଢୀ ମାଆଟିଏ ତା’ ମାସକର ନାତିକୁ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଲା ପଛେ ସ୍ୱାସ୍ଥ୍ୟ ସେବା ପାଇଲା ନାହିଁ ।
ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗତକାଲି ଦିନର ତାପମାତ୍ରା ହିସାବରେ ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ପାର ହୋଇଛି ।
ଆସନ୍ତା ୧୨ ତାରିଖରେ ବାତ୍ୟା ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁବ । ଏଥି ପାଇଁ ସମୁଦ୍ର ଅଶାନ୍ତ ରହିବ । ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ।ଯେଉଁମାନେ ସମୁଦ୍ରରେ ଅଛନ୍ତି, ତୁରନ୍ତ ଫେରି ଆସିବାକୁ କୁହାଯାଇଛି ।
ସେ ଧନୀ ହୁଅନ୍ତୁ କି ଗରିବ... ମାସେକାଳ ସବୁ ମୋହ ମାୟାରୁ ମୁକ୍ତି ହୋଇ କୁଡିଆରେ ରହିବାକୁ ପଡେ । ଆଉ ଚାଲେ ମହାଭାରତର ସଂପୂର୍ଣ୍ଣ ପୂରାଣ । ବିଶ୍ୱାସ ରହିଛି ଯେ ଏହି ବ୍ରତ ଯିଏ ପାଳନ କରେ ସେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ କରେ । ଏହା ହେଉଛି ମହାଭାରତ ଜ୍ଞାନ ଯଜ୍ଞ।
ବାପା ଓ ୨ ଝିଅଙ୍କୁ ଧକ୍କା ଦେଲା ବସ୍, ଘଟଣାସ୍ଥଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କୁ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା
ଉଦ୍ଧାର କରିବା ବେଳେ କ୍ରେନ୍ ଡ୍ରାଇଭରଙ୍କ ଜୀବନ ଗଲା
EVM ଓ ଅନ୍ୟ ସରଞ୍ଜାମ ସହ ବୁଥ୍ ରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି
ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ, ଟିଡିସିସି, କାପୋ, ମିଶନ ଶକ୍ତି, ଓଏଲଏମ, କୃଷକ ଉତ୍ପାଦକ ସମିତି ଓ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ଆଦି ତେନ୍ତୁଳି କିଣିବାକୁ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକେ ଆନ୍ଧ୍ର ଭରସାରେ ଥିବା କୋଟିଆ ବାସୀ ଅଭିଯୋଗ କରିଛନ୍ତି ।
ରଙ୍ଗୀନ ମାଛ ଚାଷ କରିବା ଲାଗି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ଏହାପରେ ଇଚ୍ଛୁକ ଥିବା ସଂଘର ସଦସ୍ୟମାନେ ପ୍ରଥମେ ଖଡ଼ିଆଳରେ ତାଲିମ ନେଇଥିଲେ । ତାଲିମ ନେବା ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗାଁକୁ ଯିବାକୁ ଚେଷ୍ଟା କରିଥିଲେ ।
କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ ।
ଆଉ ଉପାୟ ନପାଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ରେଞ୍ଜର । ଅଗ୍ନିଶମ ବାହିନୀର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ କାଠ ଗାଡ଼ିକୁ ବାଟ ମିଳିଥିଲା ।
EVM ଓ ଅନ୍ୟ ସରଞ୍ଜାମ ସହ ମତଦାନ କେନ୍ଦ୍ର ମୁହାଁ ପୋଲିଂ ପାର୍ଟି । ଶାନ୍ତି ଶୃଙ୍ଖଳା ରକ୍ଷାରେ ୭ କଂପାନୀ କେନ୍ଦ୍ରୀୟ ବଳ । ରାଜ୍ୟ ପୋଲିସର ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ।
ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।
ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।
ବାଂଲାଦେଶ କିମ୍ବା ମିଆଁମାର ମୁହାଁଇବା ସମ୍ଭାବନା । ଆସନ୍ତା ୧୦ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଅବପାତ । ଓଡ଼ିଶା ଉପରେ ବାତ୍ୟା ପ୍ରଭାବର ସମ୍ଭାବନା ନାହିଁ କହିଲେ ଆଇଏମଡି ।
ନୟାପଲ୍ଲୀ ଲେଡିଜ ହଷ୍ଟେଲରେ ଦୁର୍ବତ୍ତଙ୍କ ଆକ୍ରମଣ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ
ସାବାସ୍ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ସମସ୍ୟା ଚୁଟକିରେ ହେଲା ସମାଧାନ
ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସଦର ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।