Advertisment

ହନୁମାନ ଭରସାରେ ଅମଲା ସଂଘର ଆନ୍ଦୋଳନ

ଗତକାଲି ମାଲକାନଗିରିରେ ପକୁଡ଼ି ବିକୁଥିଲେ, ଆଜି ବ୍ରହ୍ମପୁରରେ ହନୁମାନ ଚାଳିଶା ପାଠ କରିଛନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Amala Sangha

ସରକାରୀ ଅଫିସ୍ ଭିତରେ ଖାଲି, ବାହାରେ କର୍ମଚାରୀ... ଚାଲିଛି ଭଜନ କୀର୍ତ୍ତନ, ପୂଜା ପାଠ। ଗଲା ୧୭ ଦିନ ଧରି ସାରା ରାଜ୍ୟରେ ଏମିତି ଧାରଣାରେ ବସିଛନ୍ତି ସରକାରୀ କର୍ମଚାରୀ । ଗ୍ରେଡ୍ ପେ’ ୪ ହଜାର ୨ ଶହ ଟଙ୍କାକୁ ବୃଦ୍ଧି ପାଇଁ ସେମାନେ ଯେଉଁ ଦାବି କରୁଛନ୍ତି ସତେ ଯେମିତି ଆଉ ସରକାର ନୁହେଁ, ହନୁମାନ ହିଁ ଶେଷ ଆଶା ଭରସା। ସେଥିପାଇଁ ଏ ହନୁମାନ ଚାଳିଶା ପାଠ।ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ।... ଯେଉଁଠି ଏମିତି ୪୦ ଡିଗ୍ରୀ ଖରାରେ ବସି ନିଜ ଦାବି ଜଣାଉଛନ୍ତି ଅମଲା।

Advertisment

ପୂର୍ବରୁ ଗଞ୍ଜାମ ଜିଲ୍ଲା ଅମଲା ସଂଘ ତାରାତାରିଣୀଙ୍କ ନିକଟରେ ଦୀପ ବି ଜାଳିଥିଲା।ସେହିପରି ମାଲକାନଗିରିରେ ମଧ୍ୟ ଗତକାଲିର ସମାନ ଦୃଶ୍ୟା ଦେଖିବ ପାଇଁ ମିଳିଥିଲା ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ପକୁଡ଼ି, ଚା’ ବିକି ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଥିଲେ କର୍ମଚାରୀ ।

ସେପଟେ ଅମଲାଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁ ୧୭ ଦିନ ହେଲା ସରକାରୀ କାମ୍ ଠପ୍। ଲୋକେ ଆସୁଛନ୍ତି, ଆଉ କାମ ନହେବାରୁ ନିରାଶ ହୋଇ ଫେରି ଯାଉଛନ୍ତି । ଗଞ୍ଜାମ ହେଉ କି ବାଲେଶ୍ୱର, ମାଲକାନଗିରି ହେଉ କି ମୟୂରଭଞ୍ଜ ସବୁଠି ସମାନ ଦୃଶ୍ୟ, ସମାନ ଯନ୍ତ୍ରଣା ।

Advertisment

ସେପଟେ ସରକାରଙ୍କ ଏଭଳି ଉଦାସୀନତାକୁ ବିରୋଧ କରିବା ସହ ଅମଲା ସଂଘ ସପକ୍ଷରେ ବାହାରିଛନ୍ତି ବିରୋଧୀ । ବ୍ଲକରୁ ଜିଲ୍ଲାପାଳ ଅଫିସ୍ ସବୁକିଛି ଅଚଳ, ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେଣୁ ତୁରନ୍ତ ଏହାର ସମାଧାନ ହେଉ ବୋଲି ଦାବି କରିଛି କଂଗ୍ରେସ। ଅପରପକ୍ଷେ, ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ବାହାନା କରିଛି ବିଜେଡି। ଟ୍ରେନ୍ ଟ୍ରାଜେଡି ଯୋଗୁଁ ସରକାରଙ୍କ ଆଲୋଚନାରେ ବିଳମ୍ବ ହୋଇଛି ବୋଲି କହିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ। ...

Protests
Advertisment
Advertisment