Advertisment

ଘରେ ପଶି ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ

ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ।  ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Double Murder

Double Murder

ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ। ଉନ୍ମତ୍ତ ଯୁବକର ଖଣ୍ଡା ଚୋଟରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଜଗତସିଂହପୁର କୁଜଙ୍ଗ ଏକ୍ସପ୍ରେସ୍ ୱେ କଲୋନୀରେ ଏହି ଡବଲ୍‌ ମର୍ଡର ହୋଇଛି। ଆକ୍ରମଣକାରୀ ଯୁବକକୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି।

Advertisment

ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ନିଶାସକ୍ତ ଅବସ୍ଥାରେ ଘର ଭିତରେ ପଶି ୨ଜଣ ମହିଳାଙ୍କୁ ଖଣ୍ଡାରେ ହାଣିଥିଲା। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଉନ୍ମତ୍ତ ଯୁବକର ଖଣ୍ଡା ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ହତ୍ୟାକାରୀ ଯୁବକକୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି। 

Murder
Advertisment
Advertisment