ଖଟୁଛନ୍ତି ଦାଦନ, ଦେବେ INCOME TAX । ଚରାଉଛନ୍ତି ମଇଁଷି, ଦାଖଲ କରିବେ ଆୟକର । ପାନ ଦୋକାନୀ ବି ଭରିବେ ଆୟକର ଫାଇଲ୍ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ୨୮୦ ଜଣ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି । ସେହିପରି ଜିଲ୍ଲାର ପ୍ରତ୍ୟେକ ବ୍ଲକର ଲୋକମାନଙ୍କୁ ନୋଟିସ୍ ହୋଇଛି । ଆଉ ଏହାର ପକ୍ଷ ରଖିବା ପାଇଁ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ସମୟ ଦିଆ ଯାଇଥିଲା । ନୋଟିସରେ ଦର୍ଶାଯାଇଛି ଯେ, ଆପଣଙ୍କ ପରିବାରର ସଦସ୍ୟଙ୍କ ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ ଅଛି ଓ ଆୟକର ଫାଇଲ୍ କରୁଛନ୍ତି, ତେବେ ସରକାରଙ୍କ ଖାଦ୍ୟ ଯୋଗାଣ ନିୟମ ଅନୁସାରେ ରାସନ୍ ପାଇବାକୁ ଆପଣ ଯୋଗ୍ୟ ନୁହଁନ୍ତି ।
Also Read
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଉପରମୁହାଁ ପାରଦ, ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ
ସବୁଠାରୁ ବଡ଼ କଥା ହେଉଛି, ଏହି ଅଞ୍ଚଳର ଅନେକ ହିତାଧିକାରୀ ସୁରଟରେ କାମ କରୁଛନ୍ତି । ସେମାନେ ରାଜ୍ୟ ବାହାରେ ଦାଦନ ଖଟୁଥିଲେ ବି ସେମାନଙ୍କ ନିକଟକୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ଯାଇଛି । ଏମିତି କି ଯେଉଁମାନଙ୍କର ରୋଜଗାର ୧୦ ହଜାର ଓ ମୋବାଇଲ୍ ଅଛି ସେମାନଙ୍କୁ ମଧ୍ୟ ନୋଟିସ୍ ଦିଆଯାଇଛି । ଫଳରେ ଏବେ ନୋଟିସ୍ ପାଇଥିବା ଅନେକ ଯୋଗ୍ୟ ହିତାଧିକାରୀ ରାସନ୍ ତାଲିକାରୁ ବାଦ୍ ପଡିବାର ଭୟରେ ବ୍ଲକକୁ ଦୌଡ଼ୁଛନ୍ତି ।
ତେବେ ରାସନ କାର୍ଡକୁ ନେଇ ଗରିବ ମଧ୍ୟବତ୍ତଙ୍କ ମଧ୍ୟରେ ଏବେ ଦେଖିବାକୁ ମିଳିଲାଣି ଭୟ । ଆୟକର ନୋଟିସ୍ ଆସିବା ପରେ ସମସ୍ତଙ୍କୁ ଘାରିଛି ରାସନ କାର୍ଡ କଟିଯିବା ଚିନ୍ତା । ପ୍ରଶାସନ ପକ୍ଷରୁ ଏସଂପର୍କରେ ପ୍ରତିକ୍ରିୟା ମିଳିପାରିନାହିଁ ।