/odishatv-khabar/media/post_attachments/uploadimage/library/16_9/16_9_0/Similipal_1687079391.jpg)
Similipal
ଶିମିଳିପାଳରେ ଫରେଷ୍ଟର ମାଟି ହାଁସଦାଙ୍କ ହତ୍ୟା ପରେ ତାତିଛନ୍ତି ଲୋକେ । ଶେଷ ଦର୍ଶନ ପାଇଁ ଯାଇଥିବା ମନ୍ତ୍ରୀ ସୁଦାମ ମାର୍ଣ୍ଡିକୁ ଘେରିଛନ୍ତି । ମୟୂରଭଞ୍ଜ ଯଶିପୁର ସ୍ଥିତ ଘରକୁ ମନ୍ତ୍ରୀଙ୍କ ପାର୍ଥୀବ ଶରୀରକୁ ଅଣାଯାଇଥିଲା । ହେଲେ ଏହି ସମୟରେ ମନ୍ତ୍ରୀଙ୍କ ଉପରେ ବର୍ଷିବା ସହ ତାଙ୍କୁ ଘେରିଥିଲେ ଜଣେ ଫରେଷ୍ଟ ଗାର୍ଡ ସହ ଅନ୍ୟ କିଛି ଲୋକେ ।
ଶିମିଳିପାଳର ସୁରକ୍ଷା ଦାୟିତ୍ୱ ଯଦି ରାଜ୍ୟ ସରକାର ସମ୍ଭାଳି ପାରୁନାହାନ୍ତି, ତେବେ କେନ୍ଦ୍ର ସରକାରଙ୍କୁ ଦେଇ ଦିଅନ୍ତୁ ବୋଲି ଖୋଲାଖୋଲି ଫରେଷ୍ଟ ଗାର୍ଡ ଶଶାଙ୍କ ଶେଖର ଘଣା କହିଥିଲେ । ବେଶ୍ କିଛି ସମୟ ଯାଏଁ ମନ୍ତ୍ରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଖାଲି ସେତିକି ନୁହେଁ, ଦକ୍ଷିଣ ଶିମିଳିପାଳ ACF ସମରେଶ ବିଶ୍ୱାଳଙ୍କୁ ବି ବିରୋଧ କରିଥିଲେ ବନ ବିଭାଗ କର୍ମଚାରୀ ।
ACF ସମରେଶ ବିଶ୍ୱାଳ ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲୋ ପାର୍ଥୀବ ଶରୀର ପାଖରେ ଏସବୁ ଘଟଣା ଗତକାଲି ଘଟିଥିଲା । ସେପଟେ ଯାହା ଘଟିଛି ସେ ନେଇ ତଦନ୍ତ ହେବ ACFଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେଉଛି ବୋଲି କହିଛନ୍ତି ବାରିପଦା RCCF । ସେପଟେ ରାଜ୍ୟ ସରକାର ବନ ବିଭାଗ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପଦକ୍ଷେପ ନେଉଥିବା କହିଛନ୍ତି ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
ଦୁଇ ଦିନ ତଳେ ଫରେଷ୍ଟର ମାଟି ହାଁସଦାଙ୍କୁ ଗୁଳି କରି ହତ୍ୟା କରିଥିଲେ ଶିକାରୀ । ଗତମାସ ବି ଜଣେ ବନ କର୍ମଚାରୀଙ୍କୁ ଗୁଳି ମାରି ଅତି ନିମର୍ମ ଭାବେ ହତ୍ୟା କରିଥିଲେ ଦୁର୍ଦ୍ଦାନ୍ତ ଶିକାରୀ । ଦୁଇଟି ଘଟଣା ଏବେ ଶିମିଳିପାଳରେ ଘଟିବା ପରେ ବନ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା ଗତକାଲି ରାତିରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ, ପିସିସିଏଫ୍ ଘଟଣାସ୍ଥଳ ଯାଇ ସମୀକ୍ଷା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)