• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଆଉଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବିହାର ଅଂଚଳର ସୋହେନ ମନସୁର । ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ କଟକ ଏସ୍ ସିବି ଟ୍ରମା ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା । ଏଥିସହ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି । ଘଟଣାସ୍ଥଳରେ ୨୮୮ ଏବଂ ଏସସିବିରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ  ଏସସିବିରେ ଚିକିତ୍ସାଧୀନ ଥିବା ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବାହାନଗା ଟ୍ରେନ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଲାଣି।

ସେପଟେ ବାହାନଗା ରେଳ ଦୁର୍ଘଟଣାକୁ ୧୬ ଦିନ ବିତି ଗଲାଣି । କାହିଁକି, କେମିତି ଦୁର୍ଘଟଣା ଘଟିଲା ଓ ଏଥିପାଇଁ ଦାୟୀ କିଏ? ସାରା ରାଜ୍ୟବାସୀ ଏଭଳି ପ୍ରଶ୍ନର ଉତ୍ତର ଅପେକ୍ଷାରେ ରହିଥିବା ବେଳେ ଦୁର୍ଘଟଣା ପଛର ରହସ୍ୟ ଉପରୁ ପରଦା ଉଠାଇ ପାରିନି ସିବିଆଇ । ସୂତ୍ର ଅନୁସାରେ ଦିଲ୍ଲୀ ଫେରି ଯାଇଛନ୍ତି ୨ ସିବିଆଇ ଅଧିକାରୀ ।

ଗତ ୨ ତାରିଖରେ କୋଲକାତାରୁ ଚେନ୍ନାଇକୁ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।...