ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳୁନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲରେ ବୁହା ହେଲା ମୃତଦେହ।
ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
ରଜ ଦୋଳିରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ଯୁବକ ଜଣକ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ।
ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀ ଏବଂ ବନ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଫରେଷ୍ଟରଙ୍କ ମୃତ୍ୟୁ ହୋଇଥିବା ସୂଚନା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଘଞ୍ଚ ଜଙ୍ଗଲରେ ସନ୍ଧାନ..କାନ୍ଧରେ କୁରାଢ଼ି, ହାତରେ ବକ୍କଳ । ଇଏ ଖୋଜ୍ ଏମିତି ସେମିତି ନୁହେଁ । ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଖୋଜା ଚାଲିଛି ଶିଆଳି ଲତା ।
ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।
ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।
୪୫.୬ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର । ଆହୁରି ୪ ଦିନ ନିସ୍ତାର ନାହିଁ: ପାଣିପାଗ ବିଭାଗ ।
ଶ୍ରୀକ୍ଷେତ୍ରଠୁ ଯୋଜନ ଦୂରେ ଥାଇ କାଳିଆ ସେବାରେ ସମର୍ପିତ । କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ସେବାରେ ସମର୍ପିତ ଦୁଇ ପରିବାର ।
ଅନ୍ତର୍ମହାଦେଶୀୟ ଫୁଟବଲ ମ୍ୟାଚ ବେଳେ ବିଦ୍ୟୁତ ବିଭ୍ରାଟ । କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ପାଇଁ ଲଜ୍ଜିତ ହେଲା ରାଜ୍ୟ ।
ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ ।
ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ? ମୋଦି ଲହର ନା ଭୋଟ୍ ବିଭାଜନ ଡର ? ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ ବି କମ୍ ସମୟ ରହିଲା । ସେଥିପାଇଁ ସବୁ ଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଉ ସମସ୍ତଙ୍କ ଫୋକସରେ ରହିଛି ସଙ୍ଗଠନ ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ।
ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଘିଅରେ ନିଆଁ ଢାଳିଲା ପରି ସ୍ଥିତି ସୃଷ୍ଟି ହୋଇଥାଏ। ସେଥିପାଇଁ ଜାତକ ଏବଂ ବାସ୍ତୁଦୋଷକୁ ବିବେଚନା କରି ପ୍ରତିକାର କଲେ ଅତ୍ୟନ୍ତ ଶୁଭଫଳ ମିଳେ। ଆସନ୍ତୁ ଜାଣିବା କେଉଁ ସବୁ ବାସ୍ତୁଦୋଷରୁ ଅଶୁଭ ସ୍ଥିତି ସୃଷ୍ଟି ହୋଇଥାଏ।
ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ଜିଲ୍ଲା ବୋଲି କୁହାଯାଇଛି । ଆଜି ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ୱର ଭଳି ସମ୍ବଲପୁର ତାପମାତ୍ରା ମଧ୍ୟ ୪୪.୪ ଡିଗ୍ରୀ ରହିଥିବା ସୂଚନା ଦିଆଯାଇଛି ।
ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।
ପିଲାଛୁଆ କେହି ନାହାନ୍ତି । ଘର ଦ୍ୱାର ବି କିଛି ନାହିଁ...ଭଙ୍ଗା କୁଡିଆରେ ୮୫ ବର୍ଷରେ ରହୁଛନ୍ତି ଏଇ ଦମ୍ପତି । ଏତେ ଅଭାବରେ ରହୁଥିବା ପରେ ବି ଦିନେ ଏମାନଙ୍କ ଭିତରେ ଝଗଡା ହୋଇନି କି ମନମାଳିନ୍ୟ ହୋଇନି । କେବେ କିଛି ମାଗିନାହାନ୍ତି... ବୟସର ଅପରାହ୍ନରେ ମାଗୁଛନ୍ତି ଖଣ୍ଡେ ଘର।
ଆଉ ମାତ୍ର ଦେଢରୁ ୨ ବର୍ଷ... ପୂରାପୂରି ବଦଳିଯିବ ବିରଜା ମନ୍ଦିରର ରୂପରେଖ । ପଥର ଖୋଦେଇ ହୋଇ ଜୋରସୋରରେ ଚାଲିଛି କାମ୍ । ନୂଆ ମନ୍ଦିର ଦେଖିଲେ ଝଲସିଯିବ ଆଖି
ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍
ପିଲାଟି ଦିନରୁ ପାଳିଥିଲା... ପାଠ ପଢାଇଲା, ଚାକିରି ବି କରାଇଲା । ଏବେ ବଡ଼ ହେବା ପରେ ବ୍ରାହ୍ମଣ ଘରେ ବାହା ଦେଲା । ୭ ଜନ୍ମର ସାଥୀ ହେବାକୁ ଅଗ୍ନିଙ୍କ ଆଗରେ ଶପଥ କଲେ ଜିନା ଓ ଜିତେନ୍ଦ୍ର.... ଉପସ୍ଥିତ ଥିଲେ ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀ ।
ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରୋଜେକ୍ଟ ସରୁନି କି ଲୋକଙ୍କୁ ପାଣି ମିଳୁନି...ବାବୁ କହୁଛନ୍ତି ନିର୍ଦ୍ଧାରିତ ସମୟରେ କାମ ସରିନଥିବାରୁ ପୁଣି ଥରେ ବଢାଯାଇଛି ଧାର୍ଯ୍ୟ ସମୟ।
ନିଜେ ଚାକିରି ଛାଡି ପୁଅକୁ ଦେଇଥିଲେ ଚାକିରି । ଭାବିଥିଲେ ବୁଢା ବୟସରେ ସେବା କରିବ...ଯତ୍ନ ନେବ । ହେଲେ ଏବେ ବୁଢା ବାପା-ମାଆଙ୍କୁ ଘରେ ଛାଡି ପଳେଇଗଲେ ତିନି ପୁଅ ବୋହୂ । କହୁଛନ୍ତି ସବୁଦିନ ବୁଢାବୁଢୀଙ୍କୁ ଘରେ ରଖିବ କିଏ ?
ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଏଭଳି ତାତିର ପ୍ରଭାବ ଆସନ୍ତା ୧୮ ତାରିଖ ଯାଏଁ ରହିବ।