Advertisment

Ramakanta Rath: ‘ରମାକାନ୍ତ ରଥ ଥିଲେ ଜଣେ ବିଶାଳ ହୃଦୟର କବି, କବିତ୍ୱ ହିଁ ଥିଲା ତାଙ୍କ ପରିଚୟ’

ବାପାଙ୍କ ପାଇଁ ପ୍ରଥମ ଥିଲା ସାହିତ୍ୟ । ଆମକୁ ପର କରି ସାହିତ୍ୟକୁ ନିଜର କରିଥିଲେ ମୋ ବାପା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ସାହିତ୍ୟକୁ ବାପା ନିଜର କରିଥିଲେ

ସାହିତ୍ୟକୁ ବାପା ନିଜର କରିଥିଲେ

ପରଲୋକରେ ବିଶିଷ୍ଟ କବି ପଦ୍ମ ଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭୁବନେଶ୍ବର ଖାରବେଳନଗର ବାସଭବନରେ ଆଖି ବୁଜିଛନ୍ତି ରମାକାନ୍ତ ରଥ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଭୁବନେଶ୍ବର ବାସଭବନରେ ପହଞ୍ଚି ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରୁଛନ୍ତି ।

Advertisment

 କବି ରମାକାନ୍ତ ରଥଙ୍କ ବିୟୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଝିଅ । ସେ କହିଛନ୍ତି, ବାପାଙ୍କ ପାଇଁ ପ୍ରଥମ ଥିଲା ସାହିତ୍ୟ । ଆମକୁ ପର କରି ସାହିତ୍ୟକୁ ନିଜର କରିଥିଲେ ମୋ ବାପା । ତାଙ୍କ ଦେହ ଖରାପ ହେଲେ ବି ସେ ହସ୍ପିଟାଲ ଯିବାକୁ ଭଲ ପାଉନଥିଲେ । ଯେତେବେଳେ ବି ହସ୍ପିଟାଲ ଯାଉଥିଲେ, ଘରକୁ ନେଇଯିବାକୁ କହୁଥିଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ରମାକାନ୍ତ ରଥଙ୍କ ଝିଅ । ସେହିପରି ସେ ଆହୁରି କହିଛନ୍ତି, ଆସନ୍ତା କାଲି ମୋ ଭାଇ ବିଦେଶରୁ ଆସିଲେ ବାପାଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ ହେବ ।

ସେହିପରି ରମାକାନ୍ତ ରଥଙ୍କ ବିୟୋଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପୋଲିସ୍ ଅଧିକାରୀ ବଟକୃଷ୍ଣ ତ୍ରିପାଠୀ । ସେ କହିଛନ୍ତି ‘ଆଜି ଓଡ଼ିଶା ଜଣେ ବରିଷ୍ଠ ପ୍ରଶାସକ, ସାହିତ୍ୟକ, ସମାଲୋଚକ ଓ ଭାରତ ବର୍ଷର ସର୍ବଶ୍ରେଷ୍ଠ କବିଙ୍କୁ ହରାଇଲା । ରମାକାନ୍ତ ରଥ ସବୁବେଳେ ଲୋକମାନଙ୍କ ସହ ରହିଥିଲେ ‍ବୋଲି ସେ କହିଛନ୍ତି ।

Advertisment

ସେହିପରି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଲେଖକ ତରୁଣ କାନ୍ତି ମିଶ୍ର ମଧ୍ୟ ରମାକାନ୍ତ ରଥଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ଏ ସମ୍ବାଦ ହୃଦୟ ବିଦାରକ । ମୁଁ କେବେ କଳ୍ପନା କରିନଥିଲି ଏଭଳି ଖବର ମିଳିବ ବୋଲି । ସେ ମୁଖ୍ୟ ଶାସନ ସଚିବ ଥିଲା ବେଳେ ମୁଁ ତାଙ୍କ ସହ କାମ କରିଛି । ସେ ଜଣେ ଉଚ୍ଚକୋଟିର ପ୍ରଶାସକ ଥିଲେ । କିନ୍ତୁ ତା ଠାରୁ ଅଧିକ ସେ ଥିଲେ ଜଣେ ବିଶାଳ ହୃଦର କବି । କବିତ୍ୱ ହିଁ ଥିଲା ତାଙ୍କ ପରିଚୟ । ସେ ସବୁଦିନ ପାଇଁ ଆମ ହୃଦୟରେ ରହିବେ’ ବୋଲି କହିଛନ୍ତି ତରୁଣକାନ୍ତି ମିଶ୍ର । ବୃତ୍ତି ଓ ପ୍ରବୃତ୍ତିରେ ସେ ମୋର ଗୁରୁ ଥିଲେ ବୋଲି ସେ କହିଛନ୍ତି । 

ପରଲୋକରେ ବିଶିଷ୍ଟ କବି ପଦ୍ମ ଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭୁବନେଶ୍ବର ଖାରବେଳନଗର ବାସଭବନରେ ଆଖି ବୁଜିଛନ୍ତି ରମାକାନ୍ତ ରଥ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଭୁବନେଶ୍ବର ବାସଭବନରେ ପହଞ୍ଚି ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ପରଲୋକରେ ବିଶିଷ୍ଟ କବି ପଦ୍ମ ଭୂଷଣ ରମାକାନ୍ତ ରଥ 

ରମାକାନ୍ତ ରଥ ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ଏହାପରେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାର ଯୋଗ ଦେଇଥଇଲେ । ସେ ୧୯୯୨ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ ରମାକାନ୍ତ ରଥ । ସେ ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାର, ୨୦୦୯ରେ ଫେଲୋସିପ୍ ସମ୍ମାନ, ୨୦୦୬ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ସେହିପରି ସେ ୧୯୯୩-୧୯୯୮ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଓ ୧୯୯୮-୨୦୦୩ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଥିଲେ। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ପରିଚିତ ଥିଲେ ରମାକାନ୍ତ ରଥ। ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ରମାକାନ୍ତ ରଥ ।

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା’ ଆଣୁଛି ଖୁସି ଖବର, ଅଗଷ୍ଟରେ ମିଳିବ ୧୫ ହଜାର

Odisha Passes Away Legendary Odia Poet
Advertisment
Advertisment