/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742097001.jpg)
ପୁଣି ବାଜିବ ସାହାନାଇ
ରାଜା କୋ ରାନୀ ସେ ପ୍ୟାର୍ ହୋ ଗୟା, ପେହେଲି ନଜର ମେ ପେହଲା ପ୍ୟାର୍ ହୋ ଗୟା । କିନ୍ତୁ ଏଠି ପ୍ରେମ ପ୍ରଥମ ନୁହେଁ, ତୃତୀୟ ଥର ପାଇଁ ହୋଇଛି । ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତା ଅମିର ଖାନ୍ । ୬୦ ବର୍ଷ ବୟସରେ ଆଉ ଥରେ ଘର ବସାଇବାକୁ ମନ କରିଲେଣି ଅମିର । ଏ କଥା ଆମେ କହୁନୁ। ନିଜ ଜନ୍ମ ଦିନ ଅବସରରେ ନିଜ ଲଭ୍ ଲଇଫ୍କୁ ନେଇ ଖୋଦ୍ ଦେଇଛନ୍ତି ଏହି ଗୁଡ୍ନ୍ୟୁଜ୍ ।
ଅଧିକ ପଢ଼ନ୍ତୁ: ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଅବୁ କତାଲକୁ ହତ୍ୟା, ରଜୌରୀ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ
ପ୍ରେମ ଜାଣେନି ବୟସ ବାଡ଼ । ଏହା ପ୍ରମାଣ କରି ଦେଖାଇଛନ୍ତି ବି-ଟାଉନର ଏହି ସୁପରଷ୍ଟାର୍ । ୬୦ ବର୍ଷ ବୟସରେ ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ନୂଆ ନାୟିକା । ଜନ୍ମଦିନର ଠିକ୍ ଗୋଟିଏ ଦିନ ପୂର୍ବରୁ ସେ ଦେଇଛନ୍ତି ଖୁସି ଖବର । ନୂଆ ପ୍ରେମିକାଙ୍କ ନାଁ କରିଛନ୍ତି ରିଭିଲ୍ । ନିଜ ପ୍ରଡକ୍ସନ ହାଉସରେ କାମ କରୁଥିବା ଗୌରୀ ସ୍ପ୍ରାଟ୍ଙ୍କୁ ଗତ ବର୍ଷେ ହେଲା ସେ କରୁଛନ୍ତି ସିକ୍ରେଟ୍ ଡେଟ୍ ।
କିଏ ଏହି ଗୌରୀ ସ୍ପ୍ରାଟ୍ ?
ଗୌରୀ ସ୍ପ୍ରାଟ ବେଙ୍ଗାଲୁରୁର ବାସିନ୍ଦା । ସେ ଜଣେ ନାମୀ ବ୍ୟବସାୟୀ ପରିବାରରୁ ଆସିଛନ୍ତି । ଲଣ୍ଡନରୁ ଫ୍ୟାସନ ଡିଜାଇନରେ ସ୍ବତନ୍ତ୍ର କୋର୍ସ କରିଛନ୍ତି ସେ । ତାଙ୍କର ନିଜର ମଧ୍ୟ ବିଜନେସ୍ ଅଛି । ଗୌରୀ ବି ପୂର୍ବରୁ ବିବାହିତା । ତାଙ୍କର ୬ ବର୍ଷର ପୁଅଟିଏ ଅଛି । ୧୮ ମାସ ପୂର୍ବରୁ ତାଙ୍କର ଅମିରଙ୍କ ସହ ହୋଇଥିଲା ଦେଖାସାକ୍ଷାତ । ଆଉ ଗୌରୀଙ୍କୁ ପ୍ରଥମ ଦେଖାରେ ହିଁ ଦିଲ୍ ଦେଇ ଦେଇଥିଲେ ଅମିର । ପ୍ରଥମେ କଥାବାର୍ତ୍ତ, ଡେଟିଂ ଆଉ ତା’ପରେ ପ୍ରେମରେ ପଡିଥିଲେ ଉଭୟ । ଦୁହେଁ ଲଙ୍ଗ୍ ଡିଷ୍ଟାନ୍ସ ରିଲେସନ୍ସିପ୍ ମେଣ୍ଟନ କରୁଥିବାରୁ ତାଙ୍କ ସଂପର୍କ ମିଡିଆ ଠାରୁ ଥିଲା ଦୂରରେ।
ଏହା ପୂର୍ବରୁ ଅମିର ଦୁଇ ଥର ବିବାହ କରିସାରିଛନ୍ତି । ରୀନା ଦତ୍ତା ଥିଲେ ତାଙ୍କର ପ୍ରଥମ ସ୍ତ୍ରୀ । ୨୦୦୨ରେ ରୀନାଙ୍କୁ ଛାଡ଼ପତ୍ର ଦେଇ ଫିଲ୍ମ ନିର୍ଦ୍ଦେଶିକା କିରନ ରାଓଙ୍କୁ କରିଥିଲେ ଦ୍ବିତୀୟ ବିବାହ। ଅମିରଙ୍କର ୩ ଜଣ ସନ୍ତାନ ମଧ୍ୟ ଅଛନ୍ତି। ତେବେ ୨୦୨୧ରେ ଅମିର ଓ କୀରନଙ୍କ ହୋଇଥିଲା ବିବାହ ବିଚ୍ଛେଦ । ଦୀର୍ଘ ଦିନ ପରେ ପୁଣି ଥରେ ଏବେ ବିବାହ କରିବାକୁ ମନ ବଳାଇଛନ୍ତି ଏହି ଷ୍ଟାର୍ । ଗୌରୀ-ଅମିରଙ୍କ ପରିବାର ସହ ଭେଟି ସାରିଛନ୍ତି । ପୂରା ପରିବାର ତରଫରୁ ବି ଉଭୟଙ୍କୁ ମିଳି ସାରିଛି ଗ୍ରୀନ୍ ସିଗ୍ନାଲ । କେବେ ଏହି ଦୁଇ ଜଣ ସାତ ଫେରା ନେବେ ତାକୁ ହିଁ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)