
ପଡ଼ୋଶୀଙ୍କ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଜବତ ହୋଇଛି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତରୁ ଏହିସବୁ ଟଙ୍କା ଜବତ ହୋଇଛି।
M.V ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ତହାସହ ୫୦୦୦/ - କିମ୍ବା ୧୦, ୦୦୦/ - ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।
ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛନ୍ତି। ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ନିର୍ମାଣ କାମ । ଶ୍ରୀମନ୍ଦିରରେ ASI, ପୂର୍ତ୍ତ ବିଭାଗ ଓ ବୈଷୟିକ କୋର କମିଟି ।
ବିଜେପିର ମିଶନ୍ ଓଡ଼ିଶା, ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
୨ ପର୍ଯ୍ୟାୟ ପରେ ପୁଣି ୨୪ ବିଧାୟକଙ୍କ ସହ ନବୀନଙ୍କ ବୈଠକ ଚର୍ଚ୍ଚା । ଭେଟି ନଥିବା ନେତାଙ୍କ ଟିକେଟ୍ କାଟ୍ ନେଇ କଳ୍ପନାଜଳ୍ପନା ।
ସିଏ ମନୁଆ ଠାକୁର.. କୋଟି ବ୍ରହ୍ମାଣ୍ଡ ନାୟକ । ମନ ହେଲେ ତାଙ୍କ ରଥ ଗଡ଼ିବ ମନ ନ ଥିଲେ ଇଞ୍ଚେ ହଲିବନି । ଆଉ କାଳିଆ ସାଆନ୍ତଙ୍କୁ ରଥ ଉପରେ ଥରେ ଦେଖିବା ପାଇଁ କିଏ କେତେଆଡ଼ୁ ଆସିଛି ।
ଉପନିଷଦରେ ନିଜ ଜୀବନ କାଳରେ ୧ ହଜାର ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିଥିବା ବା ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବ୍ୟକ୍ତିଙ୍କ କୁଶଳ ମନାସି ଦଶଦାନ ଦିଆଯିବାର ବିଧି ରହିଛି । ତେଣୁ ବନ୍ଧୁ ବାଇଡେନଙ୍କ ସର୍ବକୁଶଳତା ପାଇଁ ଏଇ ଅନନ୍ୟ ଦାନ ଦେଇଛନ୍ତି ମୋଦି ।
ମାଲକାନଗିରି, କୋରାପୁଟ ଓ ଗଜପତିରେ ମୌସୁମୀର ପ୍ରବେଶ । ପ୍ରାକ୍ ମୌସୁମୀ ବର୍ଷାରେ ଉବୁଟୁବୁ କଟକ, ଭୁବନେଶ୍ୱର । ପଦାରେ ପଡ଼ିଲା ଟୁଇନ୍ ସିଟି ପ୍ରଶାସନର ଢିଲା ପ୍ରସ୍ତୁତି
ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି । ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।
ରଥଯାତ୍ରା ଦିନ ହିଁ ମୁଖ୍ୟମନ୍ତ୍ରୀ ଏହି ବିଧାୟକମାନଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।
ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଦୁର୍ନୀତିର ଚେର ବହୁ ଗଭୀର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଠାବ ହୋଇଛି ମାଳ ମାଳ କୋଠା ବାଡ଼ି ଓ ଜମି ପ୍ଲଟ୍।
ଆଗାମୀ ୨ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଅଗ୍ରସର ହେବ ମୌସୁମୀ। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।
କର୍ମ ସହିତ ଭାଗ୍ୟ ଥିବା ନିହାତି ଆବଶ୍ୟକ। ବାସ୍ତୁ ଦୋଷ ଥିଲେ ଆମର ଭାଗ୍ୟର ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ଏବେ ଜାଣିବା ଗୃହ ନିର୍ମାଣରେ କ’ଣ ତୃଟି ଥିଲେ ଏହି ବାସ୍ତୁ ଦୋଷ ଉପୁଜିଥାଏ ଏବଂ ଯାହା ଗୃହବାସୀଙ୍କ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ ।
ଆଗାମୀ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ସତର୍କତା ।
ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା PCR ।
ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି।
ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅନୁଗୁଳରେ ହାତୀ ଆକ୍ରମଣରେ ଦୁଇ ମୃତ। ସମ୍ବଲପୁରରେ ବି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ଆଉ ଭୁବନେଶ୍ୱରରେ ହାତୀଙ୍କ ଉପଦ୍ରବ। ବନ କର୍ମଚାରୀଙ୍କ ନୋ ପାଟ୍ରୋଲିଂ ଡାକରା ପରେ ଲଗାତାର ୩ ଦିନ ଧରି ସାମ୍ନାକୁ ଆସିଛି ଏଭଳି ଘଟଣା।
ଯାଜପୁର ଧର୍ମଶାଳା ବ୍ଲକ ଗଡ଼ ମଧୁପୁରରେ ଛେରା ପହଁରା କରିଛନ୍ତି ରାଜଜେମା ଅପର୍ଣ୍ଣା ଧିରସିଂ। ଗତ ୧୫ ବର୍ଷ ଧରି ସେ ଛେରା ପହଁରା କରୁଛନ୍ତିା
ଆଜି ପ୍ରଥମ ଦିନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ, ତୃତୀୟରୁ ଦଶମ ପିଲା ବି ଖୁବ୍ କମ୍ ସଂଖ୍ୟାରେ ଆସିଥିଲେ। ୫୬୫ ପିଲାରୁ ଉପସ୍ଥିତ ଥିଲେ ମାତ୍ର ୧୧୨ ଜଣ। ପ୍ରାର୍ଥନା ପରେ ହୋଇଥିଲା ଶୋକସଭା।
ଆଖି ମିଶିଲା, ମନ ପୁରିଲା। ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥି ନହୋଇ ବି ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ଜୁଟିଲା। କାଲି ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିର ଆସିବା ବେଳେ ଅଧାବାଟରେ ଅଟକି ରହିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଆଜି ପୁଣି ଭକ୍ତି ଭାବରେ ଟାଣି ନେଇଛନ୍ତି ଭକ୍ତ।