ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ସୋମବାର ଚନ୍ଦ୍ର –ମୀନ ରାତ୍ରି ୦୧.୪୪ ଗତେ ମେଷ। ତିଥି - ୭ମୀ ରାତ୍ରି୦୪.୧୪ ଗତେ ୮ମୀ; ଘାତ ଚନ୍ଦ୍ର– ମେଷ ଅହୋରାତ୍ର; ଘାତବାର– ମିଥୁନ
ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳସ୍ତରର ନେତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଥାନାରେ ଲଙ୍କାକାଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଫିରିଙ୍ଗିଆ ସରପଂଚ ଓ ସମିତି ସଭ୍ୟଙ୍କ ସମେତ ୫ ଜଣ ସରପଂଚ, ୩ ସମିତି ସଭ୍ୟଙ୍କ ନାମରେ ମାମଲା ରୁଜ୍ଜୁ କରିଛି ପୋଲିସ୍ ।
ଓଡ଼ିଶାର ବୟନ ଶିଳ୍ପ ହେଉଛି ଏହାର ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଆସନ୍ତୁ ଓଡିଶାର ସାତୋଟି ଆଇକନିକ ବୟନ ଶୈଳୀ ବିଷୟରେ ଜାଣିନେବା ଯାହା ଆମର ସମୃଦ୍ଧ ସାଂସ୍କୃତିକ ବସ୍ତ୍ର ଐତିହ୍ୟର ପରିଚୟ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବାର୍ରେ ରମାଦେବୀ ଛାତ୍ରୀ ମୃତ୍ୟୁକୁ ନେଇ ସସପେନ୍ସ । କାହିଁକି ବିଳମ୍ବିତ ରାତିରେ ବାର୍ କୁ ଯାଇଥିଲେ ଶୁଭଲକ୍ଷ୍ମୀ? ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।
ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର ।
ବର୍ଷା ଦିନ, ବଢ଼ି ପାଣିରେ ମାଳ ମାଳ ହୋଇ ବୁଲୁଛନ୍ତି ସାପ । ଲୋକଙ୍କୁ ଦଂଶୁଛନ୍ତି, ଅକାଳରେ ପ୍ରାଣ ନାଶୁଛନ୍ତି ।
ଶାହଙ୍କ ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପିର କସରତ । ୪ ମାସିଆ ପ୍ଲାନକୁ ନେଇ ଆଗକୁ ବଢ଼ିବାକୁ ପଦ୍ମ ଦଳର ସଜବାଜ । ଶାହଙ୍କ ପରାମର୍ଶ- ରାଜଧାନୀର ନ ବସି ଗାଁକୁ ଯାଅ ।
ତିନି ହାତିଆ ଟିଣଘରେ ଗୋଟିଏ ଛାତ ତଳେ ରହିଆସୁଛନ୍ତି ଦୃଷ୍ଟିଶକ୍ତି ବାଧିତ ଦୁଇବନ୍ଧୁ ସୁଲୋଚନା ଜେନା ଓ ସାଧବାଣୀ ସାହୁ। ସଂପର୍କ ରକ୍ତର ନୁହେଁ, ହେଲେ ଦୁଇ ଭଉଣୀଠୁ କିଛି କମ୍ ବି ନୁହେଁ।
ଏପଟେ ଆଠଗଡରେ ବି ଶହ ଶହ ଏକର ଜମିରେ ଉଜୁଡି ଯାଇଛି ପନିପରିବା ଫସଲ। ବିଲରେ ଏବେବି ଭର୍ତ୍ତି ହୋଇ ରହିଛି ବନ୍ୟା ପାଣି।
ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣର ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ସେହିପରି ଥାନା ପୋଡ଼ି ମାମଲାରେ ୩୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରାଯିବା ସହ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି।
ଦୁନିଆର ସବୁଠୁ ଅମୂଲ୍ୟ, ସବୁଠୁ ଆପଣର ସମ୍ପର୍କ ହେଉଛି ବନ୍ଧୁ। ଫ୍ରେଣ୍ଡସିପ୍ ନା ଧର୍ମ ମାନେ ନା ଜାତି ଦେଖୋ ବାସ୍, ସାଙ୍ଗ ପାଇଁ ସବୁ କିଛି କରି ଦିଏ ସଙ୍ଗେ ।
ବଲାଙ୍ଗିରରେ ପୋଲିସର ଦାଦାଗିରି। ପୋଲିସ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ଅଟୋ ଚାଳକ।
ଆଦିବାସୀ ବୋଲି...ଦେହ ଖରାପ ହୋଇଥିଲା, ଡାକ୍ତରଖାନାକୁ ଯାଇଥିଲେ ଚିକିତ୍ସା ପାଇଁ । କିଛିଦିନ ଚିକିତ୍ସା କଲେ, ହେଲେ ପରେ କହିଲେ ତୁମର ଡେଟ୍ ସରିଗଲା, ଘରକୁ ପଳାଅ । ବିଧାୟକ କହିଲେ, କାର୍ଯ୍ୟାନୁଷ୍ଠାନ ନହେଲେ ଜୋରଦାର ହେବ ଆନ୍ଦୋଳନ
ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି
ବିଚିତ୍ର ବ୍ୟବସ୍ଥା...ଚାଉଳ ବସ୍ତା ଉପରେ ବସିଲେ ପିଲାଏ ପଢିବେ ପାଠ । ବାରମ୍ବାର ଗୁହାରି କରିବା ପରେ ବି ତିଆରି ହେଉନି ସ୍କୁଲ ଘର କି ଅସୁବିଧା ହେଉନି ଦୂର
ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ
ଗାଈ ଦୁଇଟି ପାଳିଥିଲେ, କ୍ଷୀର ଦୁହିଁ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ କାଳ ହେଲା ବିଜୁଳି...କରେଣ୍ଟ ନେଇଗଲା ୨ ଗୋରୁଙ୍କ ଜୀବନ । ମାଆକୁ ନପାଇ ହମା ରଡି ଛାଡୁଛି ବାଛୁରୀ, ବାହୁନି କାନ୍ଦୁଛି ମାଲିକ
ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍
ଇଏ ବି ଜଣେ କଳାକାର । ପେଶାରେ ସିନା ଝାଡୁଦାର ହେଲେ ସକାଳୁ ସଂଜ ପର୍ଯ୍ୟନ୍ତ ବଂଶୀ ବଜାଇବା ତାଙ୍କର ନିଶା । ମନ୍ଦିର ସାମ୍ନାରେ ଏତେ ମଧୁର ସ୍ୱରରେ ବଂଶୀ ବଜାନ୍ତି ଯେ ଶୁଣିବା ଲୋକ କାମ ଛାଡି ଘଡିଏ ଛିଡା ହୁଏ, ଗୀତ ଶୁଣେ.
କରିବନି ଯଦି ଖୋଳିଲ କାହିଁକି ? ଆମେ ଏ ରାସ୍ତାରେ ଯିବୁ କେମିତି ? ବର୍ଷା ହେଲେ ଗାତ କେଉଁଟା ରାସ୍ତା କେଉଁଟା ଜାଣିବା ମୁସ୍କିଲ
କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ
ସୂଚନା ଦେଲେ କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର
କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ପର ବିଲରେ ମଜୁରୀ ଖଟୁଛି ବୋହୂ