132 KV ବିଦ୍ୟୁତ ତାର ଓ ଖୁଣ୍ଟ ରହିଥିବାରୁ ବଡ଼ ବିପଦ ଥିଲା ଭଳି ଅନୁଭବ କରି ତତ୍କାଳୀନ ନିର୍ବାହୀ ଅଧିକାରୀ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରାଇ ଦେଇଥିଲେ । କିନ୍ତୁ ବର୍ତ୍ତମାନ ପୁଣି ଏହାକୁ କିଭଳି ମଞ୍ଜୁର ଦିଆଗଲା ତା’ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ତାଳଚେରରରେ ଏବେ କାଳ ସାଜିଥିବା ଏହି ମୁକୁଳା ଡ୍ରେନ ପ୍ରତି ପୌର ପରିଷଦର କୌଣସି ଦୁରଦୃଷ୍ଟି ପଡୁନଥିବା ହେତୁ ସ୍ଥାନୀୟ ଲୋକେ ଅସନ୍ତୋଷବ୍ୟକ୍ତ କରିବା ସହ ନୂତନ ଡ୍ରେନ କାର୍ଯ୍ୟରେ ଠିକାଦାରମାନେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ l
କରିବନି ଯଦି ଖୋଳିଲ କାହିଁକି ? ଆମେ ଏ ରାସ୍ତାରେ ଯିବୁ କେମିତି ? ବର୍ଷା ହେଲେ ଗାତ କେଉଁଟା ରାସ୍ତା କେଉଁଟା ଜାଣିବା ମୁସ୍କିଲ
ତାଳଚେରରେ ମା’ ଅଗ୍ନିରୂପାଙ୍କ ଆବିର୍ଭାବ। ଉଭାସ୍ଥଳରେ ଅଗ୍ନି ରୂପରେ ଦର୍ଶନ ଦେଉଛନ୍ତି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା । ଆରମ୍ଭ ହୋଇଛି ନବ ଦିନାତ୍ମକ ଚଇତି ଯାତ୍ରା ।
ଚେଇଁ ଶୋଇଛି ପ୍ରଶାସନ। ୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ପ୍ରକଳ୍ପର କାମ। ହେଲେ ଏପର୍ଯ୍ୟନ୍ତ ସରିଲାନି ଓଭରବ୍ରିଜର କାମ। ତେଜୁଛି ଅସନ୍ତୋଷ....
ଭୟଙ୍କର ପ୍ରଦୂଷଣ। ଗଛର ରଙ୍ଗ କଳା, ଆଉ ଆକାଶର ରଙ୍ଗ ଧଳା। ପ୍ରଦୂଷଣର ଆଁରେ ପୂରା ଅନୁଗୁଳ ସହର...ଯେଉଁଠିକୁ ଚାହିଁବେ କେବଳ ଦେଖିବେ ଧୂଳି ଆଉ ଧୂଳି...
ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ଶୀଘ୍ର ଶେଷ ପାଇଁ ରେଳ ମନ୍ତ୍ରଣାଳୟ ଦେଉଛି ପ୍ରାଥମିକତା । ବାରୁଆଁ ପାହାଡ଼ରେ ୮୪୦ ମିଟର ଟନେଲର କାମ ଶେଷ । ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ।